Breaking PLUSଓଡ଼ିଶାମୁଖ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅଧ୍ୟାପକ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧ୍ୟାପକ ଜଣକ ହେଉଛନ୍ତି ଜି. ନାଗେଶ୍ୱର ରାଓ । ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧ୍ୟାପକ ଜଣକ ହେଉଛନ୍ତି ଜି. ନାଗେଶ୍ୱର ରାଓ । ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି । ପାରଳା ସହରର ବଡ଼ ବ୍ରାହ୍ମଣ ସାହି, ବେତାଗୁଡା, ଚିପୁରୁ ପଲ୍ଲୀ ସମେତ ୬ଟି ଜାଗାରେ ଚଢ଼ଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଜି. ନାଗେଶ୍ଵର ରାଓ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନସୁଦ୍ଧା ତାଙ୍କ ନିକଟରୁ ୩୦ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ମିଳିଥିବା ବେଳେ ଆନୁମାନିକ ୨କୋଟି ଟଙ୍କା ମୂଲ୍ୟର ଘର ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡ଼ି ମିଳିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଚଢ଼ଉ ଚାଲିଥିବା ବେଳେ ଏହା ସରିଲେ ତାର ସମୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛି ବିଭାଗ।

Show More

Related Articles

Back to top button