Breaking PLUSଓଡ଼ିଶାମୁଖ୍ୟ ଖବର

ନିଆଁରେ ପୋଡ଼ି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ସନ୍ଦେହଜନକ ମୃତ୍ୟୁ

ନିଆଁ ପୋଡ଼ି ହୋଇ ଗୁରୁତର ହୋଇଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ନିଆଁ ପୋଡ଼ି ହୋଇ ଗୁରୁତର ହୋଇଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର 80 ପ୍ରତିଶତ ପୋଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ନିଆଯାଇଥିବା । ଅବସ୍ଥା ସଂକଟାପନ୍ନ ଥିବାରୁ ସ୍ଥାନାନ୍ତର କରାଯାଇଥିଲା କଟକ ।

ସୌମ୍ୟରଞ୍ଜନଙ୍କ ସହ ସରକାରୀ ଘରେ ତାଙ୍କ ପପତ୍ନୀ ବି ଥିଲେ । କେମିତି ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଲା ? ଆତ୍ମହତ୍ୟା ଉଦ୍ୟମ କରିଥିଲେ କି ? ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଧିକ ଖୋଳତାଡ କରୁଛି ପୋଲିସ । ନିକଟରେ ସୌମ୍ୟରଞ୍ଜନ ବିବାହ କରିଥିବା ସୂଚନା ମିଳିଛି ।

Show More

Related Articles

Back to top button