ସ୍ୱାସ୍ଥ୍ୟ

ଅଧିକ ଅମୃତ ଭଣ୍ଡା ଖାଇବା ଦ୍ୱାର ହୋଇପରେ ସ୍ୱାସ୍ଥ୍ୟ ସମସ୍ୟା, ଆସନ୍ତୁ ଜାଣିବା ସେ ବିଷୟରେ

ଅମୃତ ଭଣ୍ଡା ଗୋଟିଏ ଏପରି ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଏହି ଫଳ ଖଣିଜ ତତ୍ୱ ,ଫାଇବର ଓ ଅଣ୍ଟିଆକ୍ସିଡେଣ୍ଟରେ ଭରପୁର ଅଟେ l ଏହି ଲୋକ୍ୟଲୋରୀ ଯୁକ୍ତ ଫଳ ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଲାଭ ଦେଇଥାଏ l

ଏହା ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭ କରି l ବଢୁଥିବା ବୟସରେ ସ୍ୱାସ୍ଥ୍ୟ ସହିତ ତ୍ୱଚାପାଇଁ ମଧ୍ୟ ହିତକର ,ଯେପରିକି ଓଜନ କମାଇବା ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଇତ୍ୟାଦି l ସୁସ୍ଥ ତ୍ୱଚା ପାଇବା ପାଇଁ ଅଧିକାଂଶ ଲୋକେ ଅମୃତ ଭଣ୍ଡାରେ ପ୍ରସ୍ତୁତ ଫେସ ପ୍ୟାକ ବେବହାର କରିଥାନ୍ତି l ତା ସହିତ କୋଷ୍ଠକାଠିନ୍ୟ ,ଗ୍ୟାଷ୍ଟିକ ପ୍ରଭୃତି ଦୂର କରିବାରେ ଅମୃତ ଭଣ୍ଡା ସହାୟକ ହୋଇଥାଏ l କିନ୍ତୁ ଅଧିକ ପରିମାଣରେ ଅମୃତ ଭଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ମଧ୍ୟ ହୋଇପାରେ l ତାହେଲେ ଚାଲନ୍ତୁ ଜାଣିବା ଅମୃତ ଭଣ୍ଡା ଖାଇବା ଦ୍ୱାରା କଣ ଅସୁବିଧା ହୋଇଥାଏ l

* ଗର୍ଭବର୍ତୀ ହୋଇଥିଲେ -ଗର୍ଭବର୍ତୀ ମହିଳାମାନେ ଅମୃତ ଭଣ୍ଡା ଖାଇବା ଉଚିତ ନୁହେଁ ,କାରଣ ଅମୃତ ଭଣ୍ଡାର ମଞ୍ଜି ଓ ମୂଳ ଭୃଣକୁ ହାନି ପହଞ୍ଚାଇ ପାରନ୍ତି l ଅମୃତ ଭଣ୍ଡାରେ ଲେଟକ୍ସ ଅଧିକ ମାତ୍ରାରେ ରହିଥିବା ହେତୁ ଗର୍ଭାଶୟକୁ ଛୋଟ କରିଦେଇଥାଏ l ଅମୃତ ଭଣ୍ଡାରେ ଥିବା ପାପେନ ଶରୀରର ସେହି ଝିଲିକୁ କ୍ଷତି ଘଟାଇଥାଏ ଯାହା ଭୃଣକୁ ବିକଶିତ ହେବାପାଇଁ ଆବଶ୍ୟକ ହୋଇଥାଏ l

* ପାଚନ ସମ୍ବଧୀୟ ସମସ୍ୟା -ଅମୃତ ଭଣ୍ଡାରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ l କୋଷ୍ଠକାଠିନ୍ୟ ସମସ୍ୟାରେ ଏହା ଆପଣଙ୍କୁ ଲାଭ ଦେଇଥାଏ l କିନ୍ତୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ପେଟ ମଧ୍ୟ ଖରାପ ହୋଇପାରେ l ଏହା ବ୍ୟତୀତ ଅମୃତ ଭଣ୍ଡାର ବାହାର ତ୍ୱଚାରେ ଲେଟକ୍ସ ରହିଥାଏ ଯାହା ପେଟ ଯନ୍ତ୍ରଣାର କାରଣ ମଧ୍ୟ ହୋଇପାରେ l

* ଏଲର୍ଜୀ ହୋଇପାରେ -ଅମୃତ ଭଣ୍ଡାରେ ଥିବା ଲେଟେକ୍ସ ଦ୍ୱାରା ଏଲର୍ଜୀ ହେବାର ସମ୍ଭାବନା ରହିଥାଏ l ଏହାକୁ ଅଧିକ ସେବନ କରିବା ଦ୍ୱାରା ମୁଣ୍ଡ ବୁଲାଇବା ,ମୁଣ୍ଡ ବିନ୍ଧା ଓ କୁଣ୍ଡାଇହେବ ସମସ୍ୟା ଇତ୍ୟାଦି ଦେଖାଯାଇଥାଏ l ଅମୃତ ଭଣ୍ଡାରେ ଥିବା ଏଞ୍ଜାଇମ ଦ୍ୱାରା ଆସ୍ଥମା ଓ ଅନ୍ୟ ଶ୍ୱାସ ସମ୍ବଧୀୟ ରୋଗ ମଧ୍ୟ ଦେଖା ଦେଇପାରେ l

* କିଡ୍ନୀ ଷ୍ଟୋନ -ଅମୃତ ଭଣ୍ଡାରେ ଅଧିକ ମାତ୍ରାରେ ଭିଟାମିନ-ସି ମିଳିଥାଏ l ଅଧିକ ମାତ୍ରାରେ ଭିଟାମିନ-ସି ଖାଇବାଦ୍ୱାରା କିଡ୍ନୀରେ ଷ୍ଟୋନ ସମସ୍ୟା ଦେଖା ଦେଇଥାଏ l

* ଗଳା ଖରାପ ହୋଇ ପରେ -ଦିନକୁ ଗୋଟିଏରୁ ଅଧିକ ଅମୃତ ଭଣ୍ଡା ଖାଇବା ଉଚିତ ନୁହେଁ l ଗୋଟିଏରୁ ଅଧିକ ଯଦି ଆପଣ ଖାଉଛନ୍ତି ତେବେ ଏହା ଆପଣଙ୍କ ଗଳାକୁ ପ୍ରଭାବିତ କରିବା l

Show More

Related Articles

Back to top button