ସ୍ୱାସ୍ଥ୍ୟ

ଅମୃତଭଣ୍ଡାରେ ରହିଛି ଆଣ୍ଠୁଗଣ୍ଠି ରୋଗ ଠିକ କରିବାର ଶକ୍ତି

ଅମୃତଭଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ l ଏହା ଶରୀର ପାଇଁ ଯେତିକି ସ୍ୱାସ୍ଥ୍ୟ କର ହେବ ସହିତ ପାଚନ ତନ୍ତ୍ରକୁ ମଝବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ଅମୃତ ଭଣ୍ଡl ମୋଟାପା କମାଇବାରେ ରାମବାଣ ଭଳି କାମ କରିଥାଏ l ଅମୃତ ଭଣ୍ଡାକୁ କଞ୍ଚା ଥିବା ବେଳେ ତରକାରୀ ଭାବରେ ଖାଇ ପାରିବେ ଓ ପାଚିଲା ପରେ ଗୋଟିଏ ଫଳ ଭାବରେ ମଧ୍ୟ ବ୍ୟବହାର କରି ପାରିବେ

ପ୍ରାଚୀନ କାଳରେ ଘରୋଇ ଉପଚାରରେ ଅମୃତ ଭଣ୍ଡାର ବ୍ୟବହାର କର ଯାଉଥିଲା l ଅମୃତ ଭଣ୍ଡା ଭାରତ ବ୍ୟତୀତ ମାଲେସିଆ ଓ ଥାଇଲାଣ୍ଡର ଲୋକ ମାନେ ମଧ୍ୟ ପ୍ରଚୁର ପରିମାଣରେ ନିଜ ଖାଇବାରେ ବ୍ୟବହାର କରି ଥାନ୍ତି l

ଆସନ୍ତୁ ଜାଣିବା କେଉଁପରି ଭାବରେ ଅମୃତ ଭଣ୍ଡା ଆମ ଶରୀର ପାଇଁ ହିତକର –

* ଅମୃତଭଣ୍ଡା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ l ଅମୃତ ଭଣ୍ଡାରେ ଆପଣଙ୍କ ପେଟ ସଫା ରହିବ ସହିତ ଆଖି ପାଇଁ ମଧ୍ୟ ଲାଭ ଦାୟକ ଅଟେ l ଅମୃତ ଭଣ୍ଡା ଖାଇଲେ ଶରୀରରେ ପାଣିର ସମସ୍ୟାର କମି ରୁହେ ନାହିଁ l ଏକ ରିପୋର୍ଟ ଅନୁସାରେ ୧୦୦ ଗ୍ରାମ ଅମୃତ ଭଣ୍ଡାରେ ୪୩ ଗ୍ରାମ କ୍ୟାଲୋରୀ ରହିଥାଏ l

* ଭାରି ମାତ୍ରାରେ ଫାଇବ ପୋଟାସିୟମ ଓ ଭିଟାମିନ ଅମୃତ ଭଣ୍ଡାରେ ରହିଛି l ଯାହାକୁ ସେବନ କରିବା ଦ୍ୱାରା ହୃଦୟ ସହିତ ଯୋଡି ହୋଇଥିବା ସମସ୍ୟା ଦୁରେଇ ଯାଇଥାଏ l ତେଣୁକରି ଡାକ୍ତର ମାନେ ହୃଦରୋଗୀ ମାନଙ୍କୁ ଅମୃତ ଭଣ୍ଡା ଖାଇବା ପାଇଁ ପରାମର୍ଶ ଦିଅନ୍ତି l

* ଆପଣଙ୍କୁ କହି ରଖୁଛୁ ଅମୃତ ଭଣ୍ଡା ଆଣ୍ଠୁଗଣ୍ଠି ରୋଗ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଅମୃତ ଭଣ୍ଡାରେ ଆଣ୍ଟିଇନ୍ଫ୍ଲମେଟୋରି ଏଞ୍ଜାଇମ ଅଧିକ ମାତ୍ରାରେ ରହିଛି ,ଯାହା ଗଣ୍ଠି ଦରଜକୁ କମ କରିବାରେ ସାହାଯ୍ୟ କରିଥାଏ l

* ଡାକ୍ତର ମାନେ ଅଧିକାଂଶ ସମୟ କହିଥାନ୍ତି ଯେ ଯେଉଁ ବ୍ୟକ୍ତି ମାନଙ୍କର ଉଚ ରକ୍ତଚାପ ସମସ୍ୟା ରହିଛି ସେମାନେ ଅମୃତ ଭଣ୍ଡା ଖାଇବା ଆବଶ୍ୟକ l ଯେପରି କି ଅମୃତ ଭଣ୍ଡାରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ ଯାହା ରକ୍ତ ଚାପକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରେ l

Show More

Related Articles

Back to top button