
ଭୁବନେଶ୍ୱର : ଏଣିକି ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍ ଡିଭାଇନ୍। ଗାଡିରେ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ଲାଗିବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗାଡ଼ିର ବେଗ ଠାରୁ ଆରମ୍ଭ କରି ସବୁ କିଛି ଜାଣି ହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଂଟ୍ରୋଲ ରୁମ। ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଏ ବ୍ୟବସ୍ଥା ରହିବ। ଗାଡିର ଅବସ୍ଥିତି ନେଇ ଏହି ଟ୍ରାକିଂ ଡିଭାଇସ ସୂଚନା ଦେବେ। କେବଳ ସେତିକି ନୁହେଁ ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଯଦି ଅସୁବିଧା ହୁଏ, ତେବେ ଯାତ୍ରୀ ପାନିକ୍ ବଟନ୍ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍କୁ ସୂଚନାମିଳିବ। ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍ ଲଗାଇବାକୁ ଚାଲକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।