ଦେଶ ବିଦେଶସ୍ୱତନ୍ତ୍ର

ପାକିସ୍ତାନରେ ଆର୍ଥିକ ସଙ୍କଟ, ହୁ ହୁ ହୋଇ ବଢୁଛି ଅତ୍ୟାବଶକ ସାମଗ୍ରୀର ଦର

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତର ପଡୋଶୀ ଦେଶ ପାକିସ୍ତାନ । ପୂର୍ବରୁ ଅନେକ ସମସ୍ୟା ରହିଥିଲେ ମଧ୍ୟ ବର୍ତ୍ତମାନ ବନ୍ୟା ଯୋଗୁଁ ଭୁଷୁଡି ପଡିଛି ଅର୍ଥନୀତି । ଫଳରେ ହୁ ହୁ ହୋଇ ବଢି ଚାଲିଛି ଅତ୍ୟାବଶକ ସାମଗ୍ରୀର ଦର ।

ବିଶେଷ କରି ଖାଦ୍ୟ ସାମଗ୍ରୀରେ ଅହେତୁକ ବୃଦ୍ଧି ଘଟୁଛି । ଅଟା ଦର ବୃଦ୍ଧି ପାଇବାର ଲାଗିଛି । ଏପରିକି କିଛି ଅଞ୍ଚଳରେ ଗୋଟିଏ ରୁଟିର ଦାମ୍ ୫୦ ଟଙ୍କା ଛୁଇଁଛି । ତେବେ ଏହି ବନ୍ୟା କାରଣରୁ ପାକିସ୍ତାନର ଲକ୍ଷ ଲକ୍ଷ ଲୋକ କଠିନ ପରିସ୍ଥିତିର ସାମ୍ନା କରୁଥିବା ବେଳେ କିଛି ଲାଭଖୋର ବ୍ୟବସାୟୀ ଏହି ଭୟଙ୍କର ପରିସ୍ଥିତିର ଫାଇଦା ଉଠାଇ କଳାବଜାରୀ କରୁଥିବା ଦେଖାଦେଇଛି । ଯାହାଫଳରେ ସେଠାରେ ବ୍ୟବସାୟୀମାନେ ଗୋଟିଏ ରୁଟିକୁ ଦୁଇଗୁଣା ଦାମ୍ ରେ ବିକ୍ରି କରୁଛନ୍ତି ।

ପାକିସ୍ତାନରେ ଗୋଟିଏ ରୁଟିର ଦାମ୍ ସାଧାରଣତ ୨୫ ଟଙ୍କା ଥିବାବେଳେ ବ୍ୟବସାୟୀମାନେ ଏହାକୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେଇ ସେଠାକାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି କଳାବଜାରୀ ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିବା ସହ ଏହି କଳାବଜାରୀରେ ସାମିଲ ଥିବା ଅଭିଯୋଗ କରିଛନ୍ତି କିଛି ଲୋକେ ।

 

Show More

Related Articles

Back to top button