Breaking PLUSଖେଳ

ପାକିସ୍ତାନ ସମସ୍ତ ୫ମ୍ୟାଚ ଜିତି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି

ଆଇସିସି ଟି-୨୦, ୨୦୨୧ ବିଶ୍ୱକପରେ ଆଜି ଭାରତ-ନାମିବ୍ୟା ମଧ୍ୟରେ ‌ଶେଷ ଲିଗ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ଗତକାଲି ସେମିଫାଇନାଲ ଲାଇନ ଅପ୍‌ ଚୂଡାନ୍ତ ହୋଇଛି । ପ୍ରଥମ ସେମିଫାଇନାଲରେ ବୁଧବାର ଆବୁଧାବିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ସେମିଫାଇନାଲରେ ଗୁରୁବାର ଦୁବାଇରେ ପାକିସ୍ତାନ-ଅଷ୍ଟ୍ରେଲିଆ ଭିତରେ ମୁକାବିଲା ହେବ ।

ଗତକାଲି ଗ୍ରୁପ୍‌-୨ରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ଆଫଗାନିସ୍ତାନକୁ ଏବଂ ପାକିସ୍ତାନ ୭୨ ରନରେ ସ୍କଟଲାଣ୍ଡକୁ ପରାସ୍ତ କରିବା ପରେ ଭାରତ-ନାମିବ୍ୟା ମୁକାବିଲା ଏକପ୍ରକାର ଗୁରୁତ୍ୱହୀନ ହୋଇପଡ଼ିଛି ।

ପାକିସ୍ତାନ ଏକମାତ୍ର ଦଳ ଯିଏକି ଅପ୍ରତିଦ୍ୱନ୍ଦି ରହି ସେମିଫାଇନାଲ ରେ ପହଞ୍ଚିଛି । ସୁପର୍‌-୧୨ ପର୍ଯ୍ୟାୟର ସମସ୍ତ ୫ ମ୍ୟାଚ୍‌ ଜିତି ପାକିସ୍ତାନ ୧୦ ପଏଣ୍ଟ ସହ ଶୀର୍ଷରେ ରହିଛି ଏବଂ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।

Show More

Related Articles

Back to top button