Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟାରେ ଦେଶରେ ୧୧,୪୫୧ କରୋନା ସଂକ୍ରମିତ ଚିହ୍ନଟ

୨୬୬ ମୃତ

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ନୂତନ ୧୧,୪୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୩,୬୬,୯୮୭କୁ ବୃଦ୍ଧି ପାଇଛି ।

ଏହାସହ ଆଜି ଦେଶରେ ୨୬୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୬୧,୦୫୭ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩,୨୦୪ଜଣ । ନୂତନ ସୁସ୍ଥତା ସଂଖ୍ୟାକୁ ମିଶାଇ ବର୍ତ୍ତମାନ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ରହିଛି ୩,୩୭,୬୩,୧୦୪ । ଏହାଛଡା ଦେଶରେ ଏବେ ମଧ୍ୟ ୧,୪୨,୮୨୬ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Show More

Related Articles

Back to top button