Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲମାବାଦ- ପାକିସ୍ତାନ ସଶସ୍ତ୍ର ବଳ ବୁଧବାର ଦିନ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ୍ ‘ଅବାବିଲ’ର ସଫଳତାପୂର୍ବକ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 2,200 କିଲୋମିଟର ରହିଛି । ଯାହାର ପରିସରରେ ଭାରତ ମଧ୍ୟ ଆସୁଛି ।
ଭାରତୀୟ ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଜବାବରେ ବଢୁଥିବା ଆଞ୍ଚଳିକ ବାଲିଷ୍ଟିକ ମିସାଇଲ ଡିଫେନ୍ସ ପରିବେଶରେ ପାକିସ୍ତାନ ତାର କ୍ଷେପଣାସ୍ତ୍ର କ୍ଷମତା ବଢାଇବାକୁ ଲକ୍ଷ୍ୟ ରଖିଛି ।
ପାକିସ୍ତାନୀ ମିଡିଆ ମୁତାବକ ଭାରତୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ରକ୍ଷା ପ୍ରଣାଳୀରୁ ଆଗକୁ ବଢିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଏହାକୁ ଭାରତର ଆଣବିକ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ବ୍ୟବହୃତ କରିପାରେ। ଏହି କ୍ଷେପଣାସ୍ତ୍ରର ଲମ୍ବ 21.5 ମିଟର ଏବଂ ବ୍ୟାସ 1.7 ମିଟର ଏବଂ ଉଭୟ ପାରମ୍ପରିକ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ବହନ କରିବା ନିମନ୍ତେ ଡିଜାଇନ୍ କରାଯାଇଛି ।

Show More

Related Articles

Back to top button