ଓଡ଼ିଶାବ୍ୟକ୍ତିତ୍ୱ

ଗୁରୁତର ଅବସ୍ଥାରେ SCBକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ପୁଣି ଗୁରୁତର ହେଲେ ଦ୍ମଶ୍ରୀ କମଳା ପୂଜାରୀ । ତାଙ୍କୁ ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ଝାଡା,ବାନ୍ତି ଏବଂ ଜ୍ୱର ଯୋଗୁଁ ଗୁରୁତର ଅବସ୍ଥାରେ ଗତ ରବିବାର ତାଙ୍କୁ ଚିକିତ୍ସା ପାଇଁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ଦେଇଥିଲେ କୋରାପୁଟ ସିଡିଏମଓ । ମାତ୍ର ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡି ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଝାଡା ଜ୍ଵର କମିଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଳୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଗତକାଲି (ମଙ୍ଗଳବାର) କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଥିଲେ କୋରାପୁଟ ସିଡିଏମଓ । ଆଜି ପୁଣି ତାଙ୍କ ଅବସ୍ଥା ଗୁରୁତର ହୋଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଛି ।

 

Show More

Related Articles

Back to top button