Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ସାଧୁ ମେହେରଙ୍କର ପରଲୋକ

ମୁମ୍ବାଇ: ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦେଶକ ସାଧୁ ମେହେରଙ୍କର ପରଲୋକ ଘଟିଛି। ଶୁକ୍ରବାର ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି।
ବୌଦ୍ଧ ଜିଲା ଗୁଡ଼ଭେଲିପଦର ଗାଁରେ ଜନ୍ମିତ ସାଧୁ ମେହେର ଉଭୟ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ହିନ୍ଦୀ ସିନେମାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସାଧୁ ମେହେର ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରଥମ ଓଡ଼ିଆ ଅଭିନେତା ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହା ବ୍ୟତୀତ ସେ ଏକାଧିକ ଚଳଚ୍ଚିତ୍ରର ନିର୍ଦେଶନା ମଧ୍ୟ ଦେଇଛନ୍ତି। ସିନେଜଗତକୁ ଅତୁଳନୀୟ ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।