Breaking PLUSଓଡ଼ିଶାଦେଶମୁଖ୍ୟ ଖବର

୧୧ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ

ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ୧୧୯ କୃତି ସନ୍ତାନ ମାନଙ୍କୁ ରାଷ୍ଟ୍ରପତି ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣଙ୍କୁ ପଦ୍ମବିଭୂଷଣ, ୧୦ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩ଜଣ ମହିଳା ଥିବାବେଳେ ୧୮ ଜଣ ରହିଛନ୍ତି ବିଦେଶୀ, ପ୍ରବାସୀ ଭାରତୀୟ, ପିଆଇଓ ।

ସେମାନଙ୍କ ମଧ୍ୟରେ ୧୧ଜଣ ଓଡ଼ିଆଙ୍କୁ ମଧ୍ୟ ମିଳିଛି ପଦ୍ମ ସମ୍ମାନ । ଓଡ଼ିଶାର ସୁଦର୍ଶନ ସାହୁ, ଶାନ୍ତି ଦେବୀ, ରଜତ କୁମାର କର, ପୂର୍ଣ୍ଣମାସୀ ଜାନି, ଡ.କୃଷ୍ଣ ମୋହନ ପାଠୀ ଓ ନନ୍ଦ ପୃଷ୍ଟିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି ।

ସେହିପରି ସାନ୍ତାଳୀ ଭାଷାରେ ପାରଦର୍ଶିତା ଓ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଡକ୍ଟର ଦମୟନ୍ତି ବେସରା, ଶିକ୍ଷା ଓ ସାହିତ୍ୟ ପାଇଁ ବୀଣାପାଣି ମହାନ୍ତି ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ଗୌନ୍ତିଆ , ସ୍ୱର୍ଗତ ମନମୋହନ ମହାପାତ୍ର , ଦିଗମ୍ବର ବେହେରା , ଉତ୍ସବ ଚରଣ ଦାସ, ବଟକୃଷ୍ଣ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଛି ।

ଗତକାଲି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ପଦ୍ମବିଭୂଷଣ ଉପାଧି ମିଳିଥିବାବେଳେ ଖେଳାଳି ପିଭି ସିନ୍ଧୁଙ୍କୁ ମିଳିଛି ପଦ୍ମ ଭୂଷଣ ପୁରସ୍କାର । କଙ୍ଗନା ରଣାଓ୍ୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିବାବେଳେ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Show More

Related Articles

Back to top button