ବାଣିଜ୍ୟ

ଖସିଲା ପିଆଜ ଦର

ଆଗକୁ ଆହୁରି ହ୍ରାସ ହୋଇପାରେ ମୂଲ୍ୟ , ଜାଣନ୍ତୁ ଏବେ ଦେଶରେ ଦର କେତେ ?

କିଛି ସମୟର ବୃଦ୍ଧି ପରେ ଏବେ ପିଆଜ ଦର ପୁଣି ଖସିଛି। ପାଇକାରୀ ବଜାରରେ ଗତ ୪ ଦିନରେ ପିଆଜ କ୍ୱିଣ୍ଟାଲ ପିଛା ମୂଲ୍ୟରେ ୪୦୦ ଟଙ୍କା ହ୍ରାସ ହେଲାଣି। ଫଳରେ ପିଆଜର ପାଇକାରୀ ମୂଲ୍ୟ ପ୍ରତି କ୍ୱିଣ୍ଟଲ ଏବେ ୨୨ଶହରୁ ୨୩ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ଦର ପ୍ରତି କେଜି ୩୦ରୁ ୩୨ ଟଙ୍କାକୁ ପହଞ୍ଚିଛି। ସୋମବାର ମହାରାଷ୍ଟ୍ରର ନାସିକ୍‌ରେ ପିଆଜ କ୍ୱିଣ୍ଟଲ ପିଛା ୧୭ଶହରୁ ୧୮ ଶହଟଙ୍କାରେ ଲୋଡିଂ ହୋଇଛି।ଗତ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ବଜାରରେ ପିଆଜ ମୂଲ୍ୟ ସ୍ଥିର ଥିଲା। ଖୁଚୁରା ଦୋକାନରେ ପିଆଜ ପ୍ରତି କେଜି ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୁନ ମାସରୁ ପିଆଜ ଦର ଚଢିବାରେ ଲାଗିଥିଲା। କେଜି ପିଛା ଦର ୩୫ ଟଙ୍କାରୁ ଉପରକୁ ଉଠିଥିଲା। ଅଚାନକ ପିଆଜ ଦର ବୃଦ୍ଧି ଲାଗି ବ୍ୟବସାୟୀମାନେ ବର୍ଷାକୁ ଦାୟି କରିଥିଲେ।

ବାସ୍ତବିକ ବର୍ଷା ଯୋଗୁ ନାସିକରେ ପିଆଜ ବ୍ୟବସାୟୀ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ନାସିକ୍‌ରୁ ଲୋଡିଂ ହେଉଥିବା ପିଆଜରୁ ପ୍ରଚୁର ଷଢାପୋଚା ବାହାରୁଥିଲା। ଏଣୁ ବଜାରରେ ପିଆଜ ଦର ବଢୁଥିଲା।ଗତ ସପ୍ତାହ ପର୍ଯ୍ୟନ୍ତ ବଜାରରେ ପିଆଜ ମୂଲ୍ୟ କେଜି ପିଛା ୩୫ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ତେବେ ପାଇକାରୀ ମୂଲ୍ୟ ହ୍ରାସ ସହ ଏବେ ବଜାରରେ ଖୁଚୁରା ଦର ମଧ୍ୟ ହ୍ରାସ ହେଲାଣି। ଯାହା ଗ୍ରାହକଙ୍କୁ ଏବେ ଆଶ୍ୱସ୍ତ କରୁଛି। ଏପଟେ ବଜାରରେ ଏବେ ପିଆଜ ଚାହିଦା ମଧ୍ୟ ହ୍ରାସ ହେଉଥିବା ବ୍ୟବସାୟୀ କହିଛନ୍ତି। ଏଣୁ ଚାହିଦା ହ୍ରାସ ଯୋଗୁ ମଧ୍ୟ ଦର ହ୍ରାସ କରିବାକୁ ବ୍ୟବସାୟୀ ବାଧ୍ୟ ହେଉଥିବା କହିଛନ୍ତି। ଆଗରୁ ଦୈନିକ ବଜାରରେ ୪ରୁ ୫ ଟ୍ରକ ପିଆଜ ଖପି ଯାଉଥିଲା। ହେଲେ ଏବେ ୨ରୁ ୩ ଟ୍ରକ ବିକିବା କଷ୍ଟକର ହୋଇପଡୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି।

Show More

Related Articles

Back to top button