ଦେଶ ବିଦେଶବାଣିଜ୍ୟ

ପିଆଜ ଦର ପରେ ଚିନ୍ତା ବଢ଼ାଉଛି ସୋରିଷ ତେଲ, ଚିନ୍ତାରେ ଖାଉଟି

ଗତ ୪ରୁ ୫ ଦିନ ଭିତରେ ପ୍ରତି ଲିଟରକୁ ସୋରିଷ ତେଲ ୮ଟଙ୍କାରୁ ୧୫ ଟଙ୍କାରେ ପହଞ୍ଚିଛି

ଦେଶବ୍ୟାପି ପିଆଜ ଦରକୁ ନେଇ ବଡ଼ ଚର୍ଚା ଚାଲିଛି। ଦେଶର ଭିନ୍ନ ଭିନ୍ନ ଇଲାକାରେ ପିଆଜ ୭୦ରୁ ୧୧ ଟଙ୍କାରେ ବିକ୍ରି ହେଉଛି। ତେବେ କେହି ବୋଧ ହୁଏ ସୋରିଷ ତେଲ ଦାମ ଉପରେ ଦୃଷ୍ଟି ଦେଇ ନାହାନ୍ତି। ୪ରୁ ୫ ଦିନ ଭିତରେ ପ୍ରତି ଲିଟରକୁ ସୋରିଷ ତେଲ ୮ଟଙ୍କାରୁ ୧୫ ଟଙ୍କାରେ ପହଞ୍ଚିଛି। କହିବାକୁ ଗଲେ ସୋରିଷ ତେଲ ଲିଟରକୁ ୫୦ ଟଙ୍କା ମହଙ୍ଗା ହୋଇଛି। ତେବେ ଏବେ ଏହାର ଦାମ ଆୟତ୍ତକୁ ନ ଆସିପାରେ। ସୋରିଷ କମ୍ ଉତ୍ପାଦନ ହେବା ଓ ତେଲ ପାଇଁ ବିଦେଶୀ ନୀତିରେ କିଛି ପରିବର୍ତନ ଯୋଗୁ ଏହାର ପ୍ରଭାବ ପଡ଼ିଥାଇପାରେ ବୋଲି କୁହାଯାଉଛି। ମାତ୍ର ୪ ଦିନ ପୂର୍ବରୁ ପ୍ରତି କ୍ବିଣ୍ଟାଲ ସୋରିଷ ତେଲ ଦାମରେ ୩୦୦ ଟଙ୍କା ବୃଦ୍ଧି ଆସିବା ପରେ ତେଲ ଦର ବୃଦ୍ଧି ପାଇଛି।

ସରକାର ସୋରିଷ ତେଲରେ କୌଣସି ଅନ୍ୟ ତେଲ ମିଶ୍ରଣ ଉପରେ କଟକଣା ଲଗାଇଛନ୍ତି। ଏଫଏସଏସଏଆଇ ଦ୍ବାରା ସୋରିଷ ତେଲରେ ଲାଗିଥିବା ରୋକ ଅକ୍ଟୋବରରୁ ଲାଗୁ ହୋଇଛି। ସରକାର କହିଛନ୍ତି ଏଭଳି ନିଷ୍ପତ୍ତି ଉପଭୋକ୍ତା ଓ ସୋରିଷ ଚାଷୀଙ୍କ ପାଇଁ ଫାଇଦା ହେବ।ସୂଚନାଯୋଗ୍ୟ ୨୦୧୯ରେ ଅକ୍ଟୋବରରେ ସୋରିଷ ତେଲ ଲିଟରକୁ ୮୦ରୁ ୧୦୫ ଟଙ୍କାରେ ବିକ୍ରି ହେଉ ଥିଲା। ମାତ୍ର ଜାନୁଆରୀରେ ପାମ୍ ଅଏଲରେ ଲାଗିଥିବା କଟକଣା ଯୋଗୁ ଏକ ଲିଟର ସୋରିଷ ତେଲର ଦାମ ୧୧୫ରୁ ୧୨୦ ଟଙ୍କାରେ ପହଞ୍ଚିଲା। ତା’ପରେ ଲାଗୁ ହେଲା ଲକଡାଉନ। ଅକ୍ଟୋବରରୁ ଏଫଏସଏସଆଇ ସୋରିଷ ତେଲରେ ବ୍ଲେନଡିଂ ମାମଲାରେ ରୋକ ଲଗାଇ ଦେଲା। ମୂଲ୍ୟ ୧ ଟଙ୍କାରୁ ୧୫ ଟଙ୍କା ଲିଟର ପର୍ଯ୍ୟନ୍ତ ବଢ଼ିଲା। ଯଦି ବ୍ରାଣ୍ଡେଡ ସୋରିଷ ତେଲ ଦାମ କଥା ଆଲୋଚନା କରାଯିବ ବଜାରରେ ସୋରିଷ ​ ତେଲ ଲିଟରକୁ ୧୩୦ରୁ ୧୪୫ ଟଙ୍କାରେ ପହଞ୍ଚିଛି।

Show More

Related Articles

Back to top button