ଦୁର୍ଘଟଣାଦେଶମୁଖ୍ୟ ଖବର

ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ବିଟ ଅଧିନ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ହୋଟେଲ ମାନସ ସାମ୍ନାରେ କୌଶଲ୍ୟା ନାମକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଚନ୍ଦନପୁରଥାନା ଦିନବନ୍ଧୁପୁର ଗ୍ରାମର ବିଶ୍ୱନାଥ ମହାନ୍ତ। ସୂଚନାନୁସାରେ, ବିଶ୍ୱନାଥ ଏକ ଗାଡିରେ ବଡବିଲ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ଗାଡିରୁ ଖସି ପଡିଥିଲେ। ତେବେ ବଡବିଲ ଅଭିମୁଖେ ଯାଉଥିବା ବସ୍‌ ତାଙ୍କ ମୁଣ୍ତ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଛି। ପଳାଶପଙ୍ଗ ବିଟ ଅଧିକାରୀ ଭୋଳେଶ୍ୱର ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ବସ୍‌କୁ ଅଟକ ରଖାଯାଇଛି। ଏତଲା ମିଳିବା ପରେ ମାମଲା ରୁଜୁ ହେବ ବୋଲି ସଦର ଥାନା ଅଧିକାରୀ ସୁନିଲ କର ସୂଚନାଦେଇଛନ୍ତି।

Show More

Related Articles

Back to top button