ପୁନଶ୍ଚ କରୋନା ସଂକ୍ରମିତ ହେଲେ କାର୍ତ୍ତିକ ଆରିୟନ ଓ ଆଦିତ୍ୟ ରୟ କପୁର
କୋଭିଡ୍ ପଜିଟିଭ୍ ହୋଇଥିବା ନିଜ ଇନ୍ଷ୍ଟା ଷ୍ଟୋରୀରେ ପୋଷ୍ଟ କରି ସୂଚନା ଦେଇଛନ୍ତି

ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନଙ୍କୁ କରୋନା। ସେ କୋଭିଡ୍ ପଜିଟିଭ୍ ହୋଇଥିବା ନିଜ ଇନ୍ଷ୍ଟା ଷ୍ଟୋରୀରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆଜି(ଜୁନ ୪) ତାରିଖରେ ତାଙ୍କର IIFA 2022ରେ ପ୍ରଦର୍ଶନ କରିବାର ଥିଲା। ହେଲେ କୋଭିଡ୍ ଯୋଗୁ ସବୁ ଫସର ପାଟିଯାଇଛି। ଏନେଇ କାର୍ତ୍ତିକ ଇନଷ୍ଟା ପୋଷ୍ଟ କରିବା ସହ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି “ସବ୍ କୁଛ୍ ଇତନା ପଜିଟିଭ୍ ଚଲ୍ ରହାଥା, କୋଭିଡ୍ ସେ ରାହା ନହିଁ ଗୟା” ଅର୍ଥାତ୍ ସବୁକିଛି ଠିକ୍ ଚାଲିଥିଲା। ହେଲେ କୋଭିଡ୍ ସହିପାରିଲା ନାହିଁ। ଆରିୟନ ଏହି ପୋଷ୍ଟ କରିବା ପରେ ଫ୍ୟାନମାନେ ତୁରନ୍ତ ତାଙ୍କ ପୋଷ୍ଟରେ କମେଣ୍ଟ କରି ନିଜ ପସନ୍ଦର ଫିଲ୍ମ ଷ୍ଟାର ଆରୋଗ୍ୟ କାମନା କରିଥିଲେ।
ସେପଟେ ଆସିକି-୨ ଫେମସ୍ ଆଦିତ୍ୟ ରୟ କପୁର ବି କୋଭିଡ୍ ପଜିଟିଭ୍ ହୋଇଛନ୍ତି। ତେବେ ଆଦିତ୍ୟ ତାଙ୍କର ଅପକମିଂ ଫିଲ୍ମ ଓମ ଦି ବ୍ୟାଟେଲ୍ ୱିଦିନର ପ୍ରମୋସନ୍ରେ ଥିବା ବେଳେ କୋଭିଡ୍ ପାଇଁ ତାଙ୍କର ସମସ୍ତ କାମ ଘୁଞ୍ଚାଇ ଦିଆଯାଇପାରେ ବୋଲି କୁହାଯାଉଛି। ଇ-ଟାଇମ୍ସରେ ଏନେଇ ଖବର ପ୍ରକାଶ ପାଇଥିବା ବେଳେ ଅଭିନେତାଙ୍କ ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳି ନାହିଁ।