ଜୀବନଚର୍ଯ୍ୟା

ଗୁରୁବାର ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ

ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଏ

ଏହି ପରମ୍ପରା ବହୁ ପୁରାତନ କାଳରୁ ଆରମ୍ଭ ହୋଇଛି। ଜାଣନ୍ତୁ କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ….
ରବିବାର – ରବିବାର ଦିନ ସୂର୍ଯ୍ୟଙ୍କର ଅଧିକ ପ୍ରଭାବ ଥାଏ। ଏହି ବାରରେ କୌଣସି ରୋଗ ପାଇଁ ନୂତନ ଔଷଧ ଆରମ୍ଭ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ। ନୂତନ ଯାନ ମଧ୍ୟ ଏହି ଦିନ କିଣିପାରିବେ। ଏହି ଦିନ ସୁନା, ତମ୍ବା କିଣିପାରିବେ ଓ ଧାରଣ ମଧ୍ୟ କରିପାରିବେ। ବିଦ୍ୟୁତ ଉପକରଣ ମଧ୍ୟ କିଣିପାରିବେ।
ସୋମବାର – ସୋମବାର ଦିନ କୃଷି ସମ୍ବନ୍ଧୀୟ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ। ବସ୍ତ୍ର-ଆଭୂଷଣ ମଧ୍ୟ କିଣିପାରିବେ।
ମଙ୍ଗଳବାର – ମଙ୍ଗଳବାର ଦିନ ଋଣ ଆଣନ୍ତୁ ନାହିଁ। କାରଣ ଏହା ସୁଝିବା ପାଇଁ କଷ୍ଟ ହୋଇଥାଏ।

ବୁଧବାର – ବୁଧବାର ଦିନ ବିଦ୍ୟା, ଅଧ୍ୟୟନ, ପାଠ୍ୟ ଉପକ୍ରମ କିଣନ୍ତୁ। ଏହି ଦିନ ଧନ ସଞ୍ଚୟ କରିଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ଗୁରୁବାର – ଗୁରୁବାର ଖୁବ ଶୁଭବାର ଅଟେ। ଏହି ଦିନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ, ଆଇନ କାର୍ଯ୍ୟ, ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ।
ଶୁକ୍ରବାର – ଶୁକ୍ରବାର ଦିନ ମିତ୍ରତା, କୃଷି ଆଦି କରିବା ଶୁଭ ହୋଇଥାଏ।
ଶନିବାର – ଶନିବାର ଦିନ ଗୃହପ୍ରବେଶ, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। ଏହି ଦିନ ତେଲ, କାଠ, କୋଇଲା, ଲୁଣ, ଲୁହାରେ ନିର୍ମିତ ବସ୍ତୁ କିଣନ୍ତୁ ନାହିଁ।

Tags
Show More

Related Articles

Back to top button
Close