ଭାରତ ବିରୋଧରେ ବୟାନବାଜି ଉପରେ ମାଲଦ୍ୱୀପ କହିଲା- ଏହା ସରକାରଙ୍କ ଦୃଷ୍ଟିକୋଣ ନୁହେଁ

ନୂଆଦିଲ୍ଲୀ, 7 ଜାନୁଆରୀ – ମାଳଦ୍ୱୀପରେ ନୂଆ ସରକାର ହେବା ସହ ଭାରତର ସହ ତାର ସମ୍ପର୍କରେ ଆମ୍ବିଳତା ଆସିବା ଆରମ୍ଭ ହୋଇଛି । ଏହି କ୍ରମରେ ଏଠାରେ ଜଣେ ମନ୍ତ୍ରୀ ମରିୟମ ଶିଓନା ଓ ଅନ୍ୟ ନେତା ନିଆଁରେ ଘିଅ ଢାଳିବା କାମ କରିଛନ୍ତି । ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଟିପ୍ପଣୀ ପରେ ସୋସିଆଲ ମିଡିଆରେ ବଏକଟ ମାଳଦ୍ୱୀପ ଟ୍ରେଣ୍ଡ କରୁଛି । ଏପଟେ ଭାରତ ମଧ୍ୟ ଔପଚାରିକ ଭାବେ ମାଳଦ୍ୱୀପ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଛି ।
ମାଳଦୀପରେ ଭାରତୀୟ ଉଚ୍ଚାୟୁକ୍ତ ମୁନୁ ମହାୱର ମାଲେରେ ମହମ୍ମଦ ମୋଇଜୁ ସରକାରଙ୍କ ସହ ଏହି ମାମଲା ଉଠାଇଛନ୍ତି । ଭାରତ ପକ୍ଷରୁ ମାମଲା ଉଠିବା ପରେ ସେଠାରେ ସରକାରଙ୍କ ପକ୍ଷରୁ ଔପଚାରିକ ଭାବେ ବୟାନ ଆସିଛି ଯେ, ମନ୍ତ୍ରୀ ଶିଓନାଙ୍କ ରାୟ ବ୍ୟକ୍ତିଗତ ଥିଲା ଏବଂ ଏହା ସରକାରଙ୍କ ବିଚାରଧାରକୁ ପ୍ରଦର୍ଶିତ କରେନାହିଁ । ବୟାନରେ ଏହା ମଧ୍ୟ କୁହାଯାଇଛି ଯେ, ଏଭଳି ଆପତ୍ତିଜନ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ପଛକୁ ହଟିବେ ନାହିଁ ସରକାର । ଅଭିବ୍ୟକ୍ତିଙ୍କ ସ୍ୱାଧୀନତାର ଉପଯୋଗ ଦାୟିତ୍ୱ ସମ୍ପନ୍ନ ଭାବେ କରିବା ଉଚିତ ।