Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ଧର୍ମଘଟ

ଭୁବନେଶ୍ୱର, 7 ଜାନୁଆରୀ- ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ମହାସଂଘ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି ଏ ନେଇ ସୂଚନା ଦେଇଛନ୍ତି । ମହାସଂଘର ଏହି ନିଷ୍ପତ୍ତି ଯୋଗୁ ଆସନ୍ତାକାଲି ଠାରୁ ଡିପୋରୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଅନ୍ୟ ପରିବହନ ସେବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି ।
ଅନ୍ୟପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଅଭାବ ଦେଖାଦେଇଛି । ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫-୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି । ଆଜି ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି । କିନ୍ତୁ ଆସନ୍ତାକାଲି ଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବାର ଆଶଙ୍କା ଦେଖାଦେଇଛି ।

Show More

Related Articles

Back to top button