ଦେଶ ବିଦେଶ

ସୋମବାର ଦିନ ଶିବଙ୍କ ସହିତ ଶିବ ପରିବାରର ଆରାଧନା କରନ୍ତୁ : ବଦଳିଯିବ ଆପଣଙ୍କର ଭାଗ୍ୟ

ସୋମବାର ଦିନଟି ଆପଣ ମାନେ ଜାଣିଛନ୍ତି ଯେ ଶିବଙ୍କର ପ୍ରିୟ ବାର ଅଟେ l ଏହିଦିନ ମହାଦେବ ଏକୁଟିଆ ନୁହେଁ ତାଙ୍କର ସମସ୍ତ ପରିବାର ସହିତ ଏକତ୍ରିତ ହୋଇଥାନ୍ତି ବୋଲି ମାନ୍ୟତା ରହିଛି l ତେଣୁ ଶିବ ପୁରାଣର ମନ୍ୟତା ଅନୁସାରେ ସୋମବାର ଦିନ ଶିବଙ୍କ ସହିତ ମାତା ପାର୍ବତୀ ,ଶ୍ରୀ ଗଣେଶ ,କାର୍ତ୍ତିକେୟଙ୍କୁ ମଧ୍ୟ ପୂଜା କରିବା ଆବଶ୍ୟକ l

ଭକ୍ତ ମାନେ ଯଦି ଏହିଦିନ ଶିବ ପରିବାରକୁ ମନ ପ୍ରାଣ ଦେଇ ପୂଜା କରିଥାନ୍ତି ତେବେ ଦୁଃଖ ,ରୋଗ ,କ୍ଳେଶ ଓ ଆର୍ଥିକ ଅସୁବିଧା ଦୂର ହୋଇଥାଏ lଶିବ ପରିବାରଙ୍କୁ କିପରି କରିବେ ପୂଜା -ସୋମବାର ଦିନ ସକାଳୁ ଉଠି ସ୍ନାନ ସାରି ଭଗବାନ ଶଙ୍କରଙ୍କ ସହିତ ମାତା ପାର୍ବତୀ ,ଶ୍ରୀ ଗଣେଶ ଓ କାର୍ତିକଙ୍କୁ ନେଇ ଗଙ୍ଗା ଜଳରେ ସ୍ନାନ କରାଇବା ଆବଶ୍ୟକ l ଅମାନଙ୍କୁ ସ୍ନାନ କରାଇବା ପରେ ନନ୍ଦୀ ମହାପ୍ରଭୁଙ୍କୁ ମଧ୍ୟ ଗଙ୍ଗା ଜଳରେ ଗାଧୋଇ ଦେବେ l ଏହା ପରେ ଚନ୍ଦନ ,ବେଲପତ୍ର ,ଅଖ୍ୟାତ ,ଦୂରଦୁରା ଫୁଲ ସବୁ ଜବୁଡିକୁ ଭଗବାନଙ୍କୁ ସମର୍ପଣ କରିବେ l ଏହି ସମସ୍ତ ଜିନିଷ ଭଗବାନ ଶିବଙ୍କ ସହିତ ତାଙ୍କ ପରିବାରର ପ୍ରିୟ ଅଟେ l ପ୍ରତେକ ସୋମବାର ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ଶିବ ଓ ପାର୍ବତୀଙ୍କର ବିଶେଷ କୃପା ଲାଭ ହୋଇଥାଏ l

ସୋମବାର ଦିନ ଶିବଙ୍କୁ ପୂଜା କରିବା ସମୟରେ କେବେବି କଳା ବସ୍ତ୍ର ଧାରଣ କରିବେ ନାହିଁ,ସେହି ସ୍ଥାନରେ ଆପଣ ସବୁଜ ବସ୍ତ୍ର ଧାରଣ କରି ପୂଜା କରି ପାରିବେ l ଯଦି ଆପଣ ସୋମବାର ଦିନ ଶିବ ପରିବାରକୁ ପୂଜା କରୁଛନ୍ତି ତେବେ ହଳଦିଆ ,ନାଲି ,କମଳା କିମ୍ବା ଧଳା ବସ୍ତ୍ର ଧାରଣ କରି ପୂଜା କରି ପାରିବେ lଭଗବାନ ଶିବ ଏକମାତ୍ର ଦେବତା ଯିଏ ଖୁବ ଶୀଘ୍ର ପ୍ରସନ ହୋଇଯାଇଥାନ୍ତି l କିନ୍ତୁ ଯଦି ତାଙ୍କର ପୂଜାର୍ଚନା କରୁଛନ୍ତି ତେବେ ଏହିସବୁ ଭୁଲ କରିବେ ନାହିଁ l ସୋମବାର ଦିନ କୌଣସି ଦୁଖୀ ବ୍ୟକ୍ତିକୁ ହତାଦର କରିବେ ନାହିଁ l ସୋମବାର ଦିନ ଗୁରୁଜନ ମାନଙ୍କୁ ଅବମାନନା କରିବେ ନାହିଁ l ଏହି ଦିନ ଶିବଙ୍କର ଆଳତି ସନ୍ଧ୍ୟା ବେଳେ କରି ସାରିବା ପରେ ବଡ଼ ମାନଙ୍କର ଆଶୀର୍ବାଦ ନେବେ ଓ ଗୋଟିଏ ଦୀପ ଘରର ଉତର ଦିଗରେ ନିଜର ପୂର୍ବ ପୁରୁଷଙ୍କ ନାମରେ ଜଳାଇବେ l

Show More

Related Articles

Back to top button