ଦେଶ ବିଦେଶ

ଉତ୍ତର ଦିଗରେ ଏହିସବୁ ବସ୍ତୁକୁ ରଖିବା ଦ୍ୱାରା ଘରକୁ ଆସିଥାଏ ସକାରାତ୍ମକ ଶକ୍ତି

ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହୋଇଥାଏ

ବାସ୍ତୁଶାସ୍ତ୍ରରେ ସମସ୍ତ ଦିଗକୁ ମହତ୍ୱ ଦିଆଯାଇଥାଏ l ପ୍ରତେକ ଦିଗକୁ ନେଇ କିଛି ବିଶେଷ ପ୍ରକାରର ନିୟମ ରହିଛି ,କେଉଁ ଦିଗରେ କଣ ରଖିବା ଶୁଭ ହୋଇଥାଏ ଓ କଣ ରଖିବା ଅଶୁଭ ହୋଇଥାଏ ତାହା ଆମେ ବାସ୍ତୁଶାସ୍ତ୍ରରେ ଜାଣିଥାଉ l ଏହି ସବୁ ଶୁଭ ଅଶୁଭର ପ୍ରଭାବ ବେଳେ ବେଳେ ଆମର ଘର ପରିବାର ଉପରେ ପ୍ରଭାବ ପକାଇଥାଏ l ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବାସ୍ତୁଶାସ୍ତ୍ରରେ ଉତର ଦିଗ ସହିତ ଯୋଡି ହୋଇଥିବା କିଛି ନିୟମ ବିଷୟରେ l

* ଉତର ଦିଗରେ ତୁଳସୀର ଗଛ ଲଗାଇବା ବହୁତ ଶୁଭ ହୋଇଥାଏ l ଏପରି ହେବ ଦ୍ୱାରା ପାରିବାରିକ ଶାନ୍ତି ଠିକ ରହିଥାଏ l

* ଉତର ଦିଗରେ ଦର୍ପଣ ଲଗାଇବା ନିହାତି ଆବଶ୍ୟକ l କାରଣ ଏପରି କରିବା ଦ୍ୱାରା ଚାକିରିଆ ମାନଙ୍କର ପଦଉନ୍ନତି ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ଠିକ ରହିଥାଏ l

* ଉତର ଦିଗକୁ ସୁଖ ସମୃଦ୍ଧିର ଦିଗ କୁହାଯାଉଥିବାରୁ ଆମକୁ ଏପରି କିଛି କରିବା ବଶ୍ୟକ ଯାହା ଆମର ପ୍ରତିଦିନର ଜୀବନ ଚର୍ଯ୍ୟା ଉପରେ ପ୍ରଭାବ ପକାଇବ l ଯଦି ଆପଣ ଉତର ଦିଗରେ ଗୋଟିଏ କାଚ ପାତ୍ରରେ ଜୀବନ୍ତ ମାଛ ରଖିବେ ତେବେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କର କୃପା ରହିବ l

* ଉତର ଦିଗରେ ଯଦି କୌଣସି ସ୍ଥାନ ଖାଲି ରହିଛି ତେବେ ସେଠାରେ ଯେକୌଣସି ଇଣ୍ଡୋର ପ୍ଲାଣ୍ଟ ରଖନ୍ତୁ l ଯାହା ଦ୍ୱାରା ଆପଣଙ୍କ ଘରକୁ ସକାରାତ୍ମକ ଉର୍ଜା ଆସିଥାଏ l

* ଘରର ଉତର ଦିଗ ମହତ୍ଵପୂର୍ଣ୍ଣ ହୋଇଥିବା କାରଣରୁ ଏଠାରେ ଡାହାଣ ପଟକୁ ଶୁଣ୍ଢ ରହିଥିବାର ଗଣେଶଙ୍କ ମୂର୍ତି ସ୍ଥାପନ କରନ୍ତୁ ଯାହା ଦ୍ୱାରା ଆର୍ଥିକ ସ୍ଥିତି ମଝବୁତ ରହିବ l ସେହି ଗଣେଶଙ୍କ ମୂର୍ତ୍ତି ପାଖରେ ଗୋଟିଏ ମନି ପ୍ଲାଣ୍ଟ ଗଛ ଲଗାନ୍ତୁ ଯାହାର ପ୍ରଭାବ ଆପଣଙ୍କ ପିଲା ମାନଙ୍କର ଭବିଷ୍ୟତ ଉପରେ ପଡିବ ଓ ସେମାନେ ଜୀବନରେ ଉନ୍ନତି କରିବେ l

Show More

Related Articles

Back to top button