Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାନୁଆରୀ ୧୯ରୁ ଆରମ୍ଭ ହେବ ନିଟ୍-ୟୁଜି ପାଇଁ କାଉନସେଲିଂ

ଆରମ୍ଭ ହେବ ନିଟ୍ ୟୁଜି ପାଇଁ କାଉନସେଲିଂ । ଆସନ୍ତା ଜାନୁଆରୀ ୧୯ରୁ ଆରମ୍ଭ ହେବ ନିଟ୍ ୟୁଜିର କାଉନସେଲିଂ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମେଡିକାଲ କଲେଜ କାଉନସେଲିଂ କମିଟି ଦ୍ୱାରା ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ କାଉନସେଲିଂ କରାଯିବ । ନିଟ୍ ୟୁଜି କାଉନସେଲିଂ ପାଇଁ ଦୀର୍ଘ ଦିନରୁ ଦାବି ହୋଇଥିଲା ଏବଂ ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଡାକ୍ତରୀ ସଂଘ ଗୁଡିକ ମଧ୍ୟ ବିଳମ୍ୱରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାଉନସେଲିଂରେ ବିଳମ୍ୱ ଯୋଗୁଁ ଛାତ୍ରଛାତ୍ରୀଙ୍କ ସହ ଡାକ୍ତୀର ସଂଘ FORDA ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ତେବେ ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ବାଧା ଦୂର ହୋଇଥିଲା ।

ଏହାପରେ ନିଟ୍ ପିଜି ପାଇଁ କାଉନସେଲିଂ ଜାନୁଆରୀ ୧୨ରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଥିଲା । ଆସନ୍ତା ଜାନୁଆରୀ ୧୯ରୁ ନିଟ୍ ୟୁଜିର କାଉନସେଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ନିଟ୍ ୟୁଜି ୨୦୨୧ର ଫଳାଫଳ ନଭେମ୍ୱର ୧, ୨୦୨୧ରେ ପ୍ରକାଶ ପାଇଥିଲା ଏବଂ ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଗତ ଦୁଇ ମାସ ଧରି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ କାଉନସେଲିଂ ପ୍ରକ୍ରିୟାର ଆରମ୍ଭକୁ ଅପେକ୍ଷା କରିଥିଲେ।

Show More

Related Articles

Back to top button