ମନୋରଞ୍ଜନ

ସ୍ୱାଧୀନତା ଦିବସରେ ଧୁମ୍ ମଚାଇବେ ଟାଇଗର ଶ୍ରଫ୍

ଭାଇରାଲ୍ ହେଉଛି ପୋଷ୍ଟର୍

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆକ୍ସନ୍ ଷ୍ଟାର ଟାଇଗର ଶ୍ରଫ୍ ଷ୍ଟଣ୍ଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାନ୍ତି । ଟାଇଗରଙ୍କ ଷ୍ଟଣ୍ଟ୍ ଓ ଆକ୍ସନ୍ ସିନ୍ ପାଇଁ ଫ୍ୟାନ୍ସମାନେ ପୁରା ଦିୱାନା । ହେଲେ ଏହାରି ମଧ୍ୟରେ ଟାଇଗର ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶାତ୍ମବୋଧକ ସଂଗୀତ ବନ୍ଦେ ମାତରମ୍ ନେଇ ଆସୁଛନ୍ତି । ଅଗଷ୍ଟ ୧୫ ପାଇଁ ଏହି ସଂଗୀତର ଏକ ମୋସନ ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ଗୀତର ମୋସନ ପୋଷ୍ଟରକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି ।ତେବେ ଟାଇଗର ନିଜ ଇନଷ୍ଟାଗ୍ରାମରେ ଏହି ସଂଗୀତ ବିଷୟରେ ସୂଚନା ଦେଇ ଏକ ଭିଡିଓ ସେୟାର୍ କରିଛନ୍ତି । ଭିଡିଓରେ ଟାଇଗର ନିଜ ସ୍ୱରରେ ବନ୍ଦେ ମାତରମ୍ ଗୀତ ଗାଉଥିବାର ଶୁଣିବାକୁ ମିଳିଛି । ସେ ଏହି ପୋଷ୍ଟରେ ଲେଖିଛନ୍ତି କି ନିଜର ପ୍ରଥମ ସିଙ୍ଗଲ ଗୀତ ବନ୍ଦେ ମାତରମ୍ ସେୟାର କରିବା ସହ ଉତ୍ସାହିତ ଏବଂ ନର୍ଭସ୍ ମଧ୍ୟ ଲାଗୁଛି । ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ ଏହା ଏକ ପ୍ରକାରର ଭାବନା ଯାହା ଦ୍ବାରା ଭାରତର ସ୍ୱତନ୍ତ୍ରତାକୁ ମନେ ପକାଯାଏ । ତେବେ ଏହି ସଂଗୀତଟି ୧୦ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି ।

ସୋସିଆଲ ମିଡିଆରେ ଏହି ପୋଷ୍ଟରଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ସଂଗୀତଟିକୁ ରେମୋ ଡି’ସୁଜା ନିର୍ଦ୍ଦେଶିତ କରିଥିବା ବେଳେ ଜ୍ୟାକି ଭାଗନାନୀଙ୍କ ଜଷ୍ଟ ମ୍ୟୁଜିକ୍ ଦ୍ୱାରା ନିର୍ମିତ ହୋଇଛି । ଜ୍ୟାକି ଭାଗନାନି କହିଛନ୍ତି ଯେ ‘ବନ୍ଦେ ମାତାରାମ’ ଏକ ଗୀତ ଯାହା ସଶକ୍ତିକରଣ, ଆଶା ଏବଂ ସାହସର ପ୍ରତୀକ ଅଟେ। ଏଥିରେ, ଦେଶର ଗର୍ବ ଏବଂ ତ୍ରିକୋଣର ସମସ୍ତ ରଙ୍ଗ ଦୃଶ୍ୟମାନ କରାଯାଇଛି । ସଂଗୀତର ସମସ୍ତ ଧାରା ପାଇଁ ଆମେ ଏକ ପ୍ଲାଟଫର୍ମ ହେବାକୁ ଚାହୁଁ ଏବଂ ‘ବନ୍ଦେ ମାତାରାମ’ର ରିଲିଜ୍ ସହିତ ଆମେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଉତ୍ସାହର ସହିତ ଅପେକ୍ଷା କରିଛୁ। ଆମର ପୁରା ଟିମ୍, ଟାଇଗର ଏବଂ ରେମୋ ଏହି ଗୀତ ତିଆରି କରିବା ପାଇଁ ଯଥାସମ୍ଭବ ଦେଇଛନ୍ତି ।

Show More

Related Articles

Back to top button