ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୪ରେ ଉପକୂଳ ଛୁଇଁବ ବାତ୍ୟା

୩ ତାରିଖ ସଂଧ୍ୟାରୁ ପ୍ରବଳ ବର୍ଷିବ, ୪୫ରୁ ୫୦ କିଲୋମିଟର ବେଗରେ ବହିବ ପବନ

ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ ବାତ୍ୟା । ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏହା ପ୍ରଭାବରେ ୩ ତାରିଖ ରାତିରୁ ଆରମ୍ଭ ହୋଇଯିବ ବର୍ଷା । ଆସୁଛି ବାତ୍ୟା ଜଓ୍ବାଦ୍ । ୪ ତାରିଖ ସକାଳେ ଉପକୂଳ ଛୁଇଁବ ବାତ୍ୟା । ୩ ସଂଧ୍ୟାରୁ ପ୍ରବଳ ବର୍ଷିବ । ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ।ଆଜି ଏନେଇ ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କାଳକ୍ରମେ ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଯିବ ବର୍ଷା । ୩ ତାରିଖ ମଧ୍ୟ ରାତ୍ରିରୁ ପବନର ବେଗ ବଢ଼ିବ । ଘଣ୍ଟା ପ୍ରତି ୪୫ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । କ୍ରମେ ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ।

୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ୍ । ତେବେ ଉପକୂଳରେ ପହଞ୍ଚିଲେ ବି ଏହା ତୁରନ୍ତ ସ୍ଥଳଭାଗ ଛୁଇଁ ନପାରେ । ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ବାତ୍ୟା ଜଓ୍ବାଦ୍ର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । କାଳକ୍ରମରେ ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢ଼ିବ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହିଭଳି ୫ ତାରିଖରେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ଜଓ୍ବାଦ୍ ପ୍ରଭାବରେ ପବନ ଅପେକ୍ଷା ବର୍ଷାର ପରିମାଣ ଅଧିକ ହୋଇପାରେ । ଶନିବାର ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ଶରତ ଚନ୍ଦ୍ର ସାହୁ । ବାତ୍ୟା ଜଓ୍ବାଦର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହବ ବୋଲି ଆକଳନ କରାଯାଉଥିବା ବେଳେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ ।

Show More

Related Articles

Back to top button