ଦେଶ ବିଦେଶବାଣିଜ୍ୟ

ଧୀରେ ଧୀରେ ମଜବୁତ ହେଉଛି ଦେଶର ଅର୍ଥ ବ୍ୟବସ୍ଥା

ଦ୍ବିତୀୟ ତ୍ରୈମାସିକରେ ୩୫.୮୩ ଲକ୍ଷ କୋଟି ଟଙ୍କା ରହିଛି ଜିଡିପି

କରୋନା ମହାମାରୀରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଥିବା ଦେଶର ଅର୍ଥ ବ୍ୟବସ୍ଥାରେ ଦୃତ ସୁଧାର ଆସୁଛି । ଜୁଲାଇରୁ ସେପ୍ଟେମ୍ବର ​‌ତ୍ରୈମାସିକରେ ମଧ୍ୟ ଜିଡିପି ବୃଦ୍ଧିପାଇଛି । ପ୍ରଥମ ତ୍ରୈମାସିକରେ ଜିଡିପି ୨୦.୧ ପ୍ରତିଶତ ରହିଥିବା ବେଳେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତ ରହିଛି ।

୨୦୨୦-୨୧ ଆର୍ଥିକ ବର୍ଷ କଥା କହିବାକୁ ଗଲେ ଦ୍ବିତୀୟ ତ୍ରୈମାସିକରେ ଦେଶର ଜିଡିପି ରହିଥିଲା ୭.୫ ପ୍ରତିଶତ । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୧-୨୨ର ଦ୍ବିତୀୟ ତ୍ରୈମାସିକ ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ଦେଶର ଜିଡିପି ୩୫.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି । ଯାହାକି ଗତ ବର୍ଷ ତୁଳନାରେ ଅଧିକ ରହିଛି । ଗତବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ୩୨.୯୭ ଲକ୍ଷ କୋଟି ଟଙ୍କା ରହିଥିଲା ।

Show More

Related Articles

Back to top button