ଦେଶ ବିଦେଶବାଣିଜ୍ୟ

ଚୀନ କମ୍ପାନୀ ଉପରେ ଏବେ ମୁକେଶ ଅମ୍ବାନୀ କରିବେ ରାଜ

ଏତିକି କୋଟିରେ ହେଲା ଡିଲ୍

ଏବେ ଚୀନ କମ୍ପାନୀ ଉପରେ ରାଜ କରିବେ ମୁକେଶ ଅମ୍ବାନୀ। ଦେଶର ସବୁଠୁ ବଡ ଧନୀ ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନୂତନ କମ୍ପାନୀ ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍(ଆରଏନଇଏସଏଲ) ଚୀନର ଏକ କମ୍ପାନୀ କିଣିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ୭୭.୧ କୋଟି ଡଲାରରେ ଚୀନର ଆରଇସି ସୋଲାର କମ୍ପାନୀକୁ କିଣିଛି। କମ୍ପାନୀ ରବିବାର ଏହି ସୂଚନା ଦେଇଛି। ମୁକେଶ ଅମ୍ବାନୀଙ୍କ କହିବା କଥା ଶୀଘ୍ର ତାଙ୍କ କମ୍ପାନୀ ଭାରତ ଓ ବିଦେଶୀ ବଜାରରେ ଗ୍ରାହକଙ୍କୁ ଶସ୍ତାରେ ବିଜୁଳି ଉପଲବ୍ଧ କରାଇବ। କମ୍ପାନୀ ନିଜର ପ୍ରେସ୍ ବିବୃତ୍ତିରେ କହିଛି ଯେ, ଆରଏନଇଏସଏଲ ୭୭.୧ କୋଟି ଡଲାରରେ ଚାଇନା ନ୍ୟାସନାଲ ବ୍ଲୁଷ୍ଟାର(ଗ୍ରୁପ) ଲିମିଟେଡ୍‌ରୁ ଆରଇସି ସୋଲାର ହୋର୍ଲିଂର ୧୦୦ ପ୍ରତିଶତ ଅଂଶଧନ କିଣିଛି।

ମୁକେଶ ଅମ୍ଵାନୀ କହିଛନ୍ତି, ଏହି ଅଧିଗ୍ରହଣ ଚଳିତ ଦଶନ୍ଧିର ଶେଷ ସୁଦ୍ଧା ୧୦୦ ଗୀଗାଓ୍ଵାଟ ସ୍ଵଚ୍ଛ ଓ ସବୁଜ ଉର୍ଜା ହାସଲ କରିବ। ନିକଟରେ ଆମେ ଅନ୍ୟ ନିବେଶକଙ୍କ ସହିତ ବୈଶ୍ଵିକ ସ୍ତରରେ ଫଟୋଭୋଲିଟିକ୍ ଗୀଗା ଫ୍ୟାକ୍ଟ୍ରି ସ୍ଥାପିତ କରିବା ସହିତ ବିନିର୍ମାଣ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତୁତ। ତାଙ୍କ କମ୍ପାନୀ ଭାରତ ଏବଂ ବିଦେଶ ବଜାରରେ ଗ୍ରାହକଙ୍କୁ ବିଶ୍ଵସନୀୟ ଏବଂ ଶସ୍ତା ବିଜୁଳି ଯୋଗାଇବ ମୁକେଶ ଅମ୍ବାନୀ କହିଛନ୍ତି। ଉଲ୍ଲେଖନୀୟ, ଆରଇସିର ମୁଖ୍ୟାଳୟ ନରଓ୍ଵେରେ ରହିଛି। ଏହାର ସଞ୍ଚାଳନ ସିଙ୍ଗାପୁରରେ ହେଉଛି। ଏହାର ଅନ୍ୟ କେନ୍ଦ୍ର ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଏସିଆ-ପ୍ରଶାନ୍ତରେ ରହିଛି। ଆରଇସି ଗ୍ରୁପ ଏକ ଅନ୍ତର୍ଜାତୀୟ ସୌର ଉର୍ଜା କମ୍ପାନୀ। ଏହା ୨୫ ବର୍ଷର ପୁରୁଣା କମ୍ପାନୀ।

Show More

Related Articles

Back to top button