Breaking PLUSଦେଶମୁଖ୍ୟ ଖବର

ଆତିଶିଙ୍କ ଦାବି ଉପରେ ତିହାର ଜେଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟୋକ୍ତି-ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କେଜରିୱାଲ

ନୂଆଦିଲ୍ଲୀ- ଆମ୍ ଆଦମୀ ପାର୍ଟିର ନେତା ଆତିଶଙ୍କ ପକ୍ଷରୁ କରାଯାଇଥିବା ଦାବି ପରେ ତିହାର ଜେଲ ପ୍ରଶାସନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ତ ସ୍ୱାସ୍ଥ୍ୟ ମାନକ ଠିକ୍ ଅଛି । ତାଙ୍କ ଓଜନ 65 କିଲୋଗ୍ରାମ ମଧ୍ୟ ରହିଛି ।
ଆତିଶି ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଯେତେବେଳେ ଗିରଫ କରାଯାଇଥିଲା, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଓ ଓଜନ ଲଗାତର ହ୍ରାସ ପାଉଛି । ତାଙ୍କ ଓଜନ 4.5 କିଲୋଗ୍ରାମ ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଜେଲରେ ରଖି ବିଜେପି ତାଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛି ।
ତେବେ ଜେଲ ଏହି ଦାବିକୁ ଖଣ୍ଡନ କରିଛି । ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଜେଲକୁ ଆସିବା ବେଳେ ତାଙ୍କର ସମସ୍ତ ସ୍ୱାସ୍ଥ୍ୟ ମାନକ ଯାଂଚ କରାଯାଇଥିଲା । ତାଙ୍କୁ ଘରେ ତିଆରି ଖାଦ୍ୟ ଦିଆଯାଉଛି । ତାଙ୍କ ସ୍ୱାସ୍ଥ୍ୟ ମାନକ ଠିକ୍ ରହିଛି । ତାଙ୍କ ଓଜନ ମଧ୍ୟ 65 କିଲୋଗ୍ରାମରେ ଲଗାତର ସ୍ଥିର ରହିଛି ।

Show More

Related Articles

Back to top button