Breaking PLUSଦେଶମୁଖ୍ୟ ଖବର

ଦେଶରେ ୧୧ ରାଜ୍ୟକୁ ମାଡିଲାଣି ଓମିକ୍ରନ୍

ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ଦେଶରେ କାୟା ମେଲାଇଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ପ୍ରତିଦିନି ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ଏଯାଏ ଦେଶରେ ୧୧ ରାଜ୍ୟକୁ ମାଡ଼ିଲାଣି ଏହି ନୂଆ ଭାରିଆଣ୍ଟ  । ଗତ ୨୪ ଘଣ୍ଟାରେ ଦେଶରୁ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ହୁ ହୁ ହୋଇ ବଢୁଛି ଓମିକ୍ରନ୍ ପଜିଟିଭ୍ କେସ୍ । ସେଠାରୁ କେବଳ ୩୨ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ରାଜସ୍ଥାନରେ ୧୭, ଦିଲ୍ଲାରୁ ୬, କେରଳରୁ ୫, ଗୁଜରାଟରୁ ୪ ଜଣ ପଜିଟିଭ୍ ବାହାରିଛନ୍ତି ।

ସେହିପରି କର୍ଣ୍ଣାଟକରୁ ୩, ତେଲେଙ୍ଗାନାରୁ ୨ ଜଣ ଓ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଚଣ୍ଡୀଗଡ ଓ ତାମିଲନାଡୁରୁ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨ ତାରିଖରେ ଦେଶରୁ ଚିହ୍ନଟ ହୋଇଥିଲେ ପ୍ରଥମ ଓମିକ୍ରନ୍ ସଂକ୍ରମିତ । ତାପରଠୁ ମାଡୁଛି । ୧୧ ରାଜ୍ୟରେ ବ୍ୟାପିଲାଣି ।

Show More

Related Articles

Back to top button