Breaking PLUSଦେଶମୁଖ୍ୟ ଖବର

କର୍ଣ୍ଣାଟକରୁ ଚିହ୍ନଟ ହେଲେ ଆଉ ୫ଓମିକ୍ରନ ସଂକ୍ରମିତ

ଭାରତରେ ଧିରେ ଧିରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ପହଞ୍ଚି ସାରିଲାଣି । ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଆଜି ଆଉ ୫ଟି ନୂଆ ମାମଲା କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଏହାକୁ ମିଶାଇ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା କର୍ଣ୍ଣାଟକରେ ୧୯ ରେ ପହଞ୍ଚିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ସେପଟେ, ଦେଶର ୧୨ଟି ରାଜ୍ୟରେ କାୟା ମେଲାଇ ସାରିଲାଣି ଓମିକ୍ରନ ଭୂତାଣୁ । ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ଗୁଜରାଟରେ ୯, କେରଳରେ ୧୧, ଉତ୍ତରପ୍ରଦେଶରେ ଦୁଇଜଣ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଏବଂ ପଶ୍ଚିମରେ ଜଣେ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଉଛି । ତେବେ ବର୍ତ୍ତମାନ ଦେଶର ସମସ୍ତ ରାଜ୍ୟର ଓମିକ୍ରନ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି ।

Show More

Related Articles

Back to top button