ଦେଶ ବିଦେଶ

ପାକିସ୍ତାନରେ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ

ସଂକ୍ରମିତ ହେଲେ କରାଚି ମହିଳା

କରୋନାର ନୂତନ ପ୍ରକାର ଭାରିଆଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଧୀରେ ଧୀରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଚୀନ୍ ପରେ ପାକିସ୍ତାନରେ ଓମିକ୍ରନ୍‌ର ପ୍ରଥମ ମାମଲା ରିପୋର୍ଟ ହୋଇଛି । ସୋମବାର ଦିନ ପାକିସ୍ତାନର ସର୍ବୋଚ୍ଚ ଆଣ୍ଟି-କରୋନାଭାଇରସ୍ ନିଶ୍ଚିତ କରିଛି ଯେ ଜଣେ ମହିଳା ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । NCOC (ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର) ଟ୍ୱିଟ୍ କରି କହିଛି ଯେ ଇସଲାମାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କରାଚିରୁ ପଠାଯାଇଥିବା ନମୁନାରୁ ଓମିକ୍ରନ ଥିବା ଚିହ୍ନଟ ହୋଇଛି । ସଂକ୍ରମିତ ମହିଳାଙ୍କ ବୟସ ୫୭ ବର୍ଷ । ଅନୁସନ୍ଧାନ ପରେ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର ଏହା ନିଶ୍ଚିତ କରିଛି । କରୋନାଭାଇରସରୁ ଲୋକଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଟିକାକରଣ ଲାଗି ଅନୁରୋଧ କରାଯାଉଛି ।

ଆଗା ଖାନ ୟୁନିଭରସିଟି ହସ୍ପିଟାଲ କହିଛି ଯେ ଜିନୋମ କ୍ରମରେ ନୂତନ ଭୂତାଣୁର ନୂଆ ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଛି । ଏଠାରେ ପ୍ରଥମ ମହିଳା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛି । ପୂର୍ବରୁ ମହିଳା ରୋଗୀଙ୍କଠାରେ କିଛି ଲକ୍ଷଣ ଥିଲା । ଲାଗୁଥିଲା ଓମିକ୍ରନ୍ ହୋଇଥାଇପାରେ । ଏହା ପରେ ସିନ୍ଧ ସ୍ୱାସ୍ଥ୍ୟମନ୍ତ୍ରୀ ଆଜ୍ରା ପେଚୁହୋ ଏକ ଭିଡିଓ ମାଧ୍ୟମରେ ମହିଳାଙ୍କୁ ଟିକାକରଣ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି । ଡେଲ୍ଟା ଷ୍ଟ୍ରେନ୍ ଅପେକ୍ଷା ଓମିକ୍ରନ୍ ପ୍ରକାର ଅଧିକ ସଂକ୍ରାମକ ଅଟେ । ଏହାଦ୍ୱାରା ଟିକାକରଣର ପ୍ରଭାବ ମଧ୍ୟ ହ୍ରାସ ପାଉଛି ।

Show More

Related Articles

Back to top button