ଦେଶ ବିଦେଶମୁଖ୍ୟ ଖବର

ବ୍ରିଟେନରେ କାୟା ମେଲାଇ ଚାଲିଛି ଓମିକ୍ରନ୍

ନୂଆ ଭାରିଆଣ୍ଟ କବଜାରେ ୪୭୧୩ ଆକ୍ରାନ୍ତ

ଭୟଙ୍କର ରୂପ ଧାରଣ କରିଛି କରୋନା ଭାଇରସ । ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଥମିବାର ନାଁ ନେଉଁନାହିଁ । ଏବେ ବ୍ରିଟେନରେ ୪୭୧୩ ଜଣ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ଓମିକ୍ରନ୍ ଭାଇରସ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଧିରେଧିରେ ଏହା ଅନ୍ୟ ଦେଶକୁ ବ୍ୟାପିଲାଣି । ୪୦ରୁ ଅଧିକ ଦେଶ ଏବେ ଏହି ନୂଆ ଭାରିଆଣ୍ଟ ପଞ୍ଝାରେ । ବ୍ରିଟେନରେ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି ଓମିକ୍ରନ୍ ।

ଏବେସୁଦ୍ଧା ଏଠାରେ ୪୭୧୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁକେ ସ୍ୱାସ୍ଥ୍ୟ ବିଭାଗର କହିବାନୁସାରେ, ଦୈନିକ ପ୍ରାୟ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଇଂଲଣ୍ଡରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦ ପ୍ରତିଶତ ଓମିକ୍ରନ୍ ଅଟେ । ଯାହା ଆଗରୁ ଆହୁରି ବଢିବାରେ ବୋଲି ଚିନ୍ତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ ।

Show More

Related Articles

Back to top button