Breaking PLUSଦେଶମୁଖ୍ୟ ଖବର

ଦେଶରେ ଓମିକ୍ରନ୍ ମାମଲା ୪୨୨କୁ ବୃଦ୍ଧି

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ସଂକ୍ରମିତ ସଂଖ୍ୟା । ଭାରତରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୪୨୨ଟି ମାମଲା ରୁଜୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । କରୋନା ୬୯୮୭ ଜଣ ଲୋକ ପଜିଟିଭ୍ ଟେଷ୍ଟ କରିବା ପରେ କ୍ୟାସ୍‌ଲୋଡ୍‌ ୩୪,୭୮୬,୮୦୨ରେ ପହଞ୍ଚିଛି ।

ସରକାରୀ ତଥ୍ୟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍‌ ମାମଲା (୧୦୮), ଦିଲ୍ଲୀରେ (୭୯), ଗୁଜୁରାଟ (୪୩), ତେଲେଙ୍ଗାନା (୪୧), କେରଳ (୩୮) , ତାମିଲନାଡୁ (୩୪), କର୍ଣ୍ଣାଟକ (୩୧) ଏବଂ ରାଜସ୍ଥାନ (୨୨) ।

 

୪୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ ନେଗେଟିଭ ପରୀକ୍ଷା କରିବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି ବୋଲି ତଥ୍ୟରେ ଦର୍ଶାଯାଇଛି ।

Show More

Related Articles

Back to top button