Breaking PLUSଓଡ଼ିଶାମୁଖ୍ୟ ଖବର

ଥମୁନି ଓଲିଉଡ କଳି, ସୋସିଆଲ ମିଡିଆରେ ଚାଲିଛି ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର-ଓଲିଉଡ କଳିକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉତ୍ତର ଚାଲିଛି । ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ଗତକାଲି ଏକାଠି ବସି ସମସ୍ୟାର ସମାଧାନ ପାଇଁ ଅଭିନେତା ମନୋଜଙ୍କୁ ଅନୁରୋଧ କରିଥିଲେ ଅରିନ୍ଦମ । ତେବେ ଆଜି ଅରିନ୍ଦମଙ୍କ ଅନୁରୋଧ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ମନୋଜ ମିଶ୍ର। ମୋ ସହିତ କ’ଣ ସମାଧାନ କରିବାକୁ ଚାହୁଁଛ ବୋଲି ଅରିନ୍ଦମଙ୍କୁ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ମନୋଜ । ସେ କହିଛନ୍ତି ଯେ, ସେ ରାମ ଫିଲ୍ମକୁ ବିରୋଧ କରି ନାହାନ୍ତି କି କାହାକୁ ବି ଅଟକାଇବାକୁ କହି ନାହାନ୍ତି । ବିନା ତଥ୍ୟରେ ଟୁଟୁ ନାୟକ ଏବଂ ତାଙ୍କ ସହଯୋଗୀ ମତେ ବ୍ୟାନ କରିଥିବାରୁ ମାଇଣ୍ଡ ଫିଲ୍ମର ବହୁତ କ୍ଷତି ହୋଇଛି। ପ୍ରଥମେ ଟୁଟୁ ନାୟକ କାହିଁକି ବ୍ୟାନ କରିଛନ୍ତି ସେନେଇ କୁହନ୍ତୁ। ମାଇଣ୍ଡ ଗେମ୍‌କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ ତାପରେ ଆମେ ବସି ସମାଧାନ କରିବା ବୋଲି ଭିଡିଓରେ କହିଛନ୍ତି ମନୋଜ। ଅନ୍ୟପଟେ ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ପ୍ରଯୋଜକ ସଂଘ। ଟୁଟୁ ନାୟକ ଏକା ନୁହନ୍ତି, ପୂରା ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି। ଏବଂ ଏହି ବ୍ୟାନ ଏବେ ଉଠିବ ନାହିଁ । ମନୋଜ ମିଶ୍ର ବିବାଦ ସମାଧାନ କରିବାକୁ ଚାହୁନାହାନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button