ଓଡ଼ିଶାଶିକ୍ଷା

କାଲି ପ୍ରକାଶ ପାଇବ OJEE ପରୀକ୍ଷା ଫଳ

କାଲି ପ୍ରକାଶ ପାଇବ OJEE ପରୀକ୍ଷା ଫଳ । ସାଢେ ୧୧ ରେ ପ୍ରକାଶ ପାଇବ ଫଳାଫଳ । ଫଳାଫଳ ଘୋଷଣା କରିବେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ । ପରୀକ୍ଷାର୍ଥୀ ମାନେ ojee.nic.in ରେ ନିଜ ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରଖରୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଲାଟେରାଲ ଏଣ୍ଟ୍ରିରୁ ବିଟେକ୍ ପାଇଁ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥିଲେ ।

ସେହିପରି ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଓଜେଇଇ ପାଇଁ ରାଜ୍ୟର ୬୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ହଜାର ୯୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ।

Show More

Related Articles

Back to top button