Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କରୋନା କବଳରେ ରାଜ୍ୟର ଆଉ ଜଣେ ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସଂକ୍ରମିତ

ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ମନ୍ତ୍ରୀ, ବିଧାୟକ ଏବଂ ଏମ୍‌ପି । ଶୁକ୍ରବାର ରାଜ୍ୟର ଆଉ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ହେଲେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ମନ୍ତ୍ରୀ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତେବେ ଗତ କିଛିଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍‌ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୪ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ବିଧାୟକ ଏବଂ ୩ ଜଣ ଏମ୍‌ପି ମଧ୍ୟ କରୋନା ସଂକ୍ରମିତ ହୋଇସାରିଛନ୍ତି।

Show More

Related Articles

Back to top button