ଓଡ଼ିଶାପାଣିପାଗ

କମିଲା ତାପମାତ୍ରା ବଢ଼ିଲା ଶୀତ

ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଜାଡ଼ । ଘନ କୁହୁଡ଼ି ସାଙ୍ଗକୁ ପ୍ରବଳ ଶୀତ ଯୋଗୁଁ ଥରୁଛି ଓଡ଼ିଶା । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ପ୍ରାୟ ସବୁ ଜିଲ୍ଲାରେ ତାପମାତ୍ରା କମିଛି । ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ପାରା ହ୍ରାସ ହୋଇଛି । କୁହୁଡ଼ି ଦୃଶ୍ୟମାନ କ୍ଷମତା ମଧ୍ୟ ହ୍ରାସ ଘଟିଛି ।

ଫଳରେ ଯାତାୟାତ ପ୍ରଭାବିତ ହେଉଛି । କୋହଲା ସାଙ୍ଗକୁ ପାଗ ଶୁଖିଲା ରହୁଥିବାରୁ ବାୟୁମଣ୍ଡଳରୁ ଜଳୀୟବାଷ୍ପ ପରିମାଣ କମୁଛି । ଫଳରେ ଓଡ଼ିଶା ମଧ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ମାଡ଼ି ଆସୁଛି । ଆସନ୍ତା ୧୫ରୁ ଉପାନ୍ତରୁ ଉପକୂଳ ସବୁଠି ଆହୁରି କମିବ ତାପମାତ୍ରା । ବିଶେଷ କରି ୩ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ତାପାମାତ୍ରା କମିବ ।

ଗତକାଲି ରାଜ୍ୟର ୮ଟି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ହୋଇଛି । ବଲାଙ୍ଗୀରରେ ୧୨.୮ଂ, ଫୁଲବାଣୀରେ ୧୩ଂ, ଟିଟିଲାଗଡ଼ରେ ୧୩.୩ଂ, କୋରାପୁଟରେ ୧୪ଂ, ଝାରସୁଗୁଡ଼ାରେ ୧୪.୪ଂ, କେନ୍ଦୁଝରରେ ୧୪.୮ଂ ଓ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୪.୮ଂ ସେଲସିୟସ୍‌ ରହିଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭ଂ ରହିଛି । ଆସନ୍ତା ୧୫ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ତାପମାତ୍ରା କମିବ । ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିପାରେ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୪ରୁ ଶୀତ ବଢ଼ିବ । ଏବେ ରାଜ୍ୟରେ ଆକାଶ ନିର୍ମଳ ହେବା ସହ ପାଗ ଖରାଟିଆ ରହିବ । ସେହିଭଳି ରାତିବେଳା ଅଧିକ କାକର ପଡ଼ିବ । କୁହୁଡ଼ି ସମ୍ଭାବନା କମ୍‌ । ଉତ୍ତରା ପବନ ବହିପାରେ ।

Show More

Related Articles

Back to top button