Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ଓଡିଶାରେ ହେବ ଜୁନିଅର ହକି ବିଶ୍ଵକପ

ଓଡ଼ିଶାରେ ହେବ ଜୁନିୟର ହକି ଓ୍ୱାର୍ଲ୍ଡ କପ୍ । କଳିଙ୍ଗ ଷ୍ଟାଡ଼ିଅମରେ ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଓଡ଼ିଶା । ଚଳିତ ବର୍ଷ ନଭେମ୍ବର ୨୫ରୁ ଡିସେମ୍ବର ୫ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ହେବା ନେଇ ଆଜି ଲୋକସେବା ଭବନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସହ ଜୁନିଅର ବିଶ୍ଵକପର ଲୋଗୋ ଓ ଟ୍ରଫି ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ୨୦୧୬ ମସିହାରେ ଜୁନିଅର ହକି ବିଶ୍ୱକପ୍‌ ଆୟୋଜନ କରିଥିଲା ଲକ୍ଷ୍ନୌ । ଚଳିତ ବର୍ଷ ଗୌହାଟୀରେ ଏହା ଅନୁଷ୍ଠିତ ହେବାର ଥିଲା । ତେବେ ଏଥର ବିଶ୍ୱକପ୍‌ ଆୟୋଜନ ପାଇଁ ରେସ୍‌ରେ ଆଗରେ ଓଡ଼ିଶା ଓ ଗୈାହାଟୀ ରହିଥିବା ବେଳେ । ଶେଷରେ ଓଡ଼ିଶାରେ ହିଁ ଜୁନିୟର ହକି ବିଶ୍ୱକପ ଆୟୋଜନ ହେବା ନେଇ FIH ଅଧ୍ୟକ୍ଷ ଘୋଷଣା କରିଛନ୍ତି ।

ନଭେମ୍ବର ୨୫ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି ମ୍ୟାଚ୍ । କାର୍ଯ୍ୟକ୍ରମରେ FIH ସଭାପତି ନରିନ୍ଦର ବାତ୍ରା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ । ପୂର୍ବରୁ ଭୁବନେଶ୍ୱରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିଲା । ସେହିପରି ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ।

Show More

Related Articles

Back to top button