ଓଡ଼ିଶାମୁଖ୍ୟ ଖବରଶିକ୍ଷା

କେବେ ଖୋଲିବ ସ୍କୁଲ?

ପ୍ରାଥମିକ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଏଯାଏ ପ୍ରାଥମିକ ସ୍କୁଲ ଖୋଲିବା ନେଇ କିଛି ନିଷ୍ପତି ହୋଇନାହିଁ । ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସୁଥିଲେ ମଧ୍ୟ ସରକାର ଏନେଇ କୌଣସି ନିଷ୍ପତି ନେଇନାହାନ୍ତି । ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ମାନେ ବହୁ ଦିନ ଧରି ଶ୍ରେଣୀ ଗୃହରେ ପାଠ ପଢାରୁ ବଞ୍ଚିତ ଥିବାବେଳେ, ସବୁ ଦିଗକୁ ନେଇ ବିଚାର ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ଭିତରେ ଯଦି କୋରୋନା ସଂକ୍ରମଣ ବୃଦ୍ଧି ନହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଦୁଇ ଦିନ ତଳେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିଲ। । ରାଜ୍ୟ ସରକାର ଏ ଦିଗରେ ଚୁଡାନ୍ତ ନିଷ୍ପତି ନେବେ ।

କ୍ୟାମ୍ପସ ସହ କ୍ଲାସ ରୁମ ସଫା କରିବା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି । ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଶିକ୍ଷୟତ୍ରୀ ଗାଁ ,ବସ୍ତି ଆଦିକୁ ଯାଇ ପିଲାମାନଙ୍କୁ ପଢ଼ାନ୍ତୁ । ମାଲକାନଗିରି,ଖୋର୍ଦ୍ଧା, ସୋନପୁର ଆଦି ଜିଲ୍ଲାରେ ଏପରି ଶିକ୍ଷାଦାନ ଚାଲିଛି । ହେଲ ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତିକୁ ସମସ୍ତ ଅଭିଭାବକ ସଂଘ ଓ ସ୍କୁଲ ପିଲାମାନେ ଅପେକ୍ଷା କରିଛନ୍ତି । ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ପଡ଼ିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି ବୋଲି ବିଭିନ୍ନ ଅଭିଭାବକ ସଂଗଠନ ପକ୍ଷରୁ ଦାବି ହୋଇଛି ।

Show More

Related Articles

Back to top button