
ଆସନ୍ତା ସପ୍ତାହ ଯାଏ ଶୀତରେ ଥରିବ ଓଡିଶା । ୭ ତାରିଖ ଯାଏ ରହିବ କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିିବ । ପରେ ତାପମାତ୍ରା ଧୀରେ ଧୀରେ କମିବ । ୮ରୁ କମିବ ଶୀତ । ଏନେଇ ପୂର୍ବାନୁମାନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ।
୮ରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର ପୂର୍ବ ଦିଗରୁ ପବନ ବହିବ । ୯ରୁ ୧୧ ଭିତରେ ବଙ୍ଗୋପସାଗରୀୟ ପୂର୍ବା ପବନ ବହିବ । ଏଥିପାଇଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ଅଛି । ୩ରୁ ୫ ତାରିଖ ଭିତରେ ଦକ୍ଷିଣ ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରୀ କମିପାରେ । ୩ରୁ ୬ ଭିତରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତରରେ ୨ଡିଗ୍ରୀ କମିପାରେ । ୩ରୁ ୭ ଯାଏ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡିଶାରେ ୪ରୁ ୫ ଡିଗ୍ରୀ କମିପାରେ ।
ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିଛି । କୋରାପୁଟରେ ସବୁଠୁ କମ୍ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।