ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ସାମାନ୍ୟ ବଚସାରୁ, ପୁତୁରା ଗୁଳିମାଡରେ ଖୁଡି ଗୁରୁତର

ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ସହରରେ। ଗୁରୁତର ମହିଳା ଜଣଙ୍କ  ହେଲେ ତରଭାର ପୂର୍ବତନ ଅଧ୍ୟକ୍ଷ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଅନିମା ପୂଜା ପାଠ କରୁଥିବା ସମୟରେ ପୁତୁରା ଦେବ ପ୍ରକାଶ ସେଠାରେ ପହଞ୍ଚିଥିଲେ। ଖୁଡ଼ି, ପୁତୁରା ଉଭୟ କଥାବାର୍ତ୍ତା ହେଉଥିଲେ। ହଠାତ୍ ଦେବପ୍ରକାଶ ଧରିଥିବା ବନ୍ଧୁକ ଉଠାଇ ଖୁଡ଼ି ଅନିମାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ଅନିମାଙ୍କ ଅଣ୍ଟାରେ ବାଜିଥିଲା। ପରିବାର ଲୋକେ ଗୁଳି ଫୁଟିବା ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଦେବ ପ୍ରକାଶ ସେଠାରୁ ପଳାଇଥିଲେ। ପରିବାର ଲୋକେ ଅନିମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦେବ ପ୍ରକାଶ କ’ଣ ପାଇଁ ଅନିମାଙ୍କୁ ଗୁଳିମାଡ଼ କଲେ ତାହା ଜଣାପଡ଼ି ନାହିଁ। ଦେବ ପ୍ରକାଶଙ୍କ ସହ କୌଣସି ପୂର୍ବଶତ୍ରୁତା ନଥିଲା ବୋଲି ଖୁଡ଼ି ଅନିମା କହିଛନ୍ତି।

କିଛି ଦିନ ପୂର୍ବରୁ ଦେବ ପ୍ରକାଶଙ୍କର ଦୁଇଟି ଛୁଆଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ସେଥିପାଇଁ ଦେବ ପ୍ରକାଶ ମାନସିକ ସ୍ଥିତି ଠିକ ନ ଥିଲା।  ପୁଲିସ ତାଙ୍କଠାରୁ ବନ୍ଧୁକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦେବ ପ୍ରକାଶ ବନ୍ଧୁକ କେଉଁଠି ଆଣିଲେ, ସେ ନେଇ ତାଙ୍କୁ ପଚରାଉଚରା କରୁଛି ପୁଲିସ୍।

Show More

Related Articles

Back to top button