Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ୭ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ରାଜ୍ୟରେ ୭ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୭୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୩୫ ହଜାର ୧୭୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୨ ହଜାର ୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୧୦୯୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯, ଅନୁଗୁଳ ଜିଲ୍ଲାରୁ ୪୦୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୧୫ ଜଣ, ବରଗଡ ଜିଲ୍ଲାରୁ ୩୩୧ ଜଣ, ଭଦ୍ରକ ଜିଲ୍ଲାରୁ ୨୪୬, ବଲାଙ୍ଗୀରି ଜିଲ୍ଲାରୁ ୧୩୦, ବୌଦ୍ଧ ଜିଲ୍ଲାରୁ ୧୪୮, ଦେବଗଡ ଜିଲ୍ଲାରୁ ୬୮, ଢେଙ୍କାନାଳ ଜିଲ୍ଲାରୁ ୪୨୮ ଜଣ, ଗଜପତି ଜିଲ୍ଲାରୁ ୩୮ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୩ ଜଣ, ଯାଜପୁର ଜିଲ୍ଲାରୁ ୨୪୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୬୪ ଜଣ, କଳାହାଣ୍ଡିରୁ ୧୫୦ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୮୭ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, କୋରାପୁଟ ଜିଲ୍ଲାରୁ ୨୨୦ ଜଣ, ମାଲକାନାଗିରି ଜିଲ୍ଲାରୁ ୧୩୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪୨ ଜଣ, ନୟାଗଡ ଜିଲ୍ଲାରୁ ୧୬୪ ଜଣ, ନୂଆପଡା ଜିଲ୍ଲାରୁ ୬୬ ଜଣ, ପୁରୀ ଜିଲ୍ଲାରୁ ୧୧୦ ଜଣ, ରାୟଗଡା ଜିଲ୍ଲାରୁ ୨୪୬ ଜଣ, ସମ୍ବଲପୁର ଜିଲ୍ଲାରୁ ୨୪୧ ଜଣ, ସୋନପୁର ଜିଲ୍ଲାରୁ ୭୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୮୪ ଜଣ ଏବଂ ଷ୍ଟେଟ ପୁଲରୁ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button