Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅସମ୍ଭାଳ ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୧୮୯ ଜଣ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲାରୁ ୪ ହଜାର ୧୮୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲାରୁ ୪ ହଜାର ୧୮୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧ ହଜାର ୭୩୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି। ୧,୪୯,୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮, ୧୫୮ ଜଣ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଓ ଗଜପତି ରୁ ସର୍ବନିମ୍ନ ୨। ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୫୦, ବରଗଡ଼ ୧୨୮, ଭଦ୍ରକ ୩୪, ବଲାଙ୍ଗୀର ୧୧୪, ବୌଦ୍ଧ ୭୭, କଟକ ୫୮୬, ଦେଓଗଡ଼ ୧୨, ଢେଙ୍କାନାଳ ୫୪, ଗଜପତି ୨, ଗଞ୍ଜାମ ୩୫, ଜଗତସିଂହପୁର ୧୦୪, ଯାଜପୁର ୧୮୭, ଝାରସୁଗୁଡ଼ା ୮୪, କଳାହାଣ୍ଡି ୧୦୫, କନ୍ଧମାଳ ୭୪, କେନ୍ଦ୍ରାପଡ଼ା ୧୨୬, କେନ୍ଦୁଝର ୩୩, କୋରାପୁଟ ୬୩, ମାଲକାନଗିରି ୭୨, ମୟୁରଭଞ୍ଜ ୧୭୪, ନବରଙ୍ଗପୁର ୭୫, ନୟାଗଡ଼ ୮୨, ନୂଆପଡ଼ା ୫୮, ପୁରୀ ୨୬୫, ରାୟଗଡ଼ା ୨୯, ସମ୍ବଲପୁର ୧୧୩, ସୋନପୁର ୯୦, ସୁନ୍ଦରଗଡ଼ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button