Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି କରୋନାର ପ୍ରକୋପ, ଗତ 24 ଘଣ୍ଟା ମଧ୍ୟରେ 315 ଜଣ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି । ଏହାରି ମଧ୍ୟରେ ଗୁରୁବାର ୩୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍‌ରୁ ୧୮୧ ଓ ସ୍ଥାନୀୟ ଅଂଚଳରୁ ୧୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୯୬୨୧କୁ ବୃଦ୍ଧି ପାଇଛି

ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି । ଏହାରି ମଧ୍ୟରେ ଗୁରୁବାର ୩୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍‌ରୁ ୧୮୧ ଓ ସ୍ଥାନୀୟ ଅଂଚଳରୁ ୧୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୯୬୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୦ଜଣ ଥିବାବେଳେ ବାଲେଶ୍ୱର ଜିଲାରୁ ୧୫ଜଣ, ବରଗଡ଼ ଜିଲାରୁ ୧୪ଜଣ, ଭଦ୍ରକ ଜିଲାରୁ ଜଣେ, ବଲାଙ୍ଗୀର ଜିଲାରୁ ୪୦ଜଣ, କଟକ ଜିଲାରୁ ୪୧ଜଣ, ଦେଓଗଡ଼ ଜିଲାରୁ ୨ଜଣ, ଗଞ୍ଜାମ ଜିଲାରୁ ୩ଜଣ, ଜଗତସିଂହପୁର ଜିଲାରୁ ୫ଜଣ, ଯାଜପୁର ଜିଲାରୁ ୧୫ଜଣ, ଝାରସୁଗୁଡ଼ା ଜିଲାରୁ ୭ଜଣ, କଳାହାଣ୍ଡି ଜିଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲାରୁ ୧୦ ଜଣ, କେନ୍ଦୁଝର ଜିଲାରୁ ୭ଜଣ, ଖୋର୍ଦ୍ଧା ଜିଲାରୁ ୨୪ଜଣ, କୋରାପୁଟ ଜିଲାରୁ ୩ଜଣ, ମାଲକାନଗିରି ଜିଲାରୁ ୨ଜଣ, ମୟୂରଭଞ୍ଜ ଜିଲାରୁ ୧୭ଜଣ, ନବରଙ୍ଗପୁର ଜିଲାରୁ ୩ଜଣ, ନୟାଗଡ଼ ଜିଲାରୁ ୪ଜଣ, ନୂଆପଡ଼ା ଜିଲାରୁ ୨୬ଜଣ, ପୁରୀ ଜିଲାରୁ ଜଣେ, ରାୟଗଡ଼ା ଜିଲାରୁ ଜଣେ, ସମ୍ବଲପୁର ଜିଲାରୁ ୨୬ଜଣ, ସୋନପୁର ଜିଲାରୁ ୨ଜଣ, ସୁନ୍ଦରଗଡ଼ ଜିଲାରୁ ୧୭ଜଣ ଏବଂ ରାଜ୍ୟ ପୁଲ୍‌ରୁ ୬ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩୨୯୬୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୯୨ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩୨୫୧୦୩ ଜଣ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button