Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପୁଣି ବଢିଲା କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୪୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୧୯ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୧୯ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ଆଜିର ୩୧୪୪ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୧୪୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୧୩,୬୭୨ ଜଣ ସୁସ୍ଥ ହୋଇ ବର୍ତ୍ତମାନ ସୁଦ୍ଧା ଘରକୁ ଫେରି ସାରିଲେଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯,୪୪୩ ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୨୮, ବାଲେଶ୍ୱର ୭୨, ବରଗଡ଼ ୯୪, ଭଦ୍ରକ ୧୦୧, ବଲାଙ୍ଗୀର ୮୬, ବୌଦ୍ଧ ୧, କଟକ ୨୪୩, ଦେବଗଡ଼ ୨୪, ଢେ଼ଙ୍କାନାଳ ୭୩, ଗଜପତି ୯, ଗଞ୍ଜାମ ୩୮, ଜଗତସିଂହପୁର ୭୭, ଯାଜପୁର ୧୦୧, ଝାରସୁଗୁଡ଼ା ୮୩, କଳାହାଣ୍ଡି ୧୨୪, କନ୍ଧମାଳ ୧୧୬, କେନ୍ଦ୍ରାପଡ଼ା ୮୨, କେନ୍ଦୁଝର ୬୩, ଖୋର୍ଦ୍ଧା ୫୬୨, କୋରାପୁଟ ୩୭, ମାଲକାନଗିରି ୨୮, ମୟୂରଭଞ୍ଜ ୧୧୫, ନବରଙ୍ଗପୁର ୧୦୭, ନୟାଗଡ଼ ୫୮, ନୂଆପଡ଼ା ୧୧୪, ପୁରୀ ୧୨୨, ରାୟଗଡ଼ା ୨୯, ସମ୍ବଲପୁର ୧୩୬, ସୁବର୍ଣ୍ଣପୁର ୮୬, ସୁନ୍ଦରଗଡ଼ ୧୦୫ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୩୦ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button