Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ, ଗତ ୨୪ ଘଣ୍ଟା ମଧ୍ୟରେ ୨,୬୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମାମଲରେ କିଛିଟା ବ୍ରେକ ଲାଗିଥିବାର ଦେଖିବାକୁ ମିଳିଛି ।  ରାଜ୍ୟରେ କିଛି ସପ୍ତାହ ପୂର୍ବରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ବେଳେ କିଛି ଦିନ ହେବ ଏଥିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୬୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମାମଲରେ କିଛିଟା ବ୍ରେକ ଲାଗିଥିବାର ଦେଖିବାକୁ ମିଳିଛି ।  ରାଜ୍ୟରେ କିଛି ସପ୍ତାହ ପୂର୍ବରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ବେଳେ କିଛି ଦିନ ହେବ ଏଥିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୬୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୫୧୧ ଓ ସ୍ଥାନୀୟ ୧ ହଜାର ୦୯୩ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ରେ ପହଞ୍ଚିଛି। ୨,୩୨,୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫,୪୨୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୮୫ ଓ କଟକରୁ ୨୦୯। ଅନୁଗୁଳରୁ ୨୧୬, ବାଲେଶ୍ୱର ୧୬୪, ବରଗଡ଼ ୯୦, ଭଦ୍ରକ ୫୦, ବଲାଙ୍ଗୀର ୬୪, ବୌଦ୍ଧ ୩୧, ଦେଓଗଡ ୧୩, ଢେଙ୍କାନାଳ ୩୩, ଗଜପତି ୮, ଗଞ୍ଜାମ ୨୯, ଜଗତସିଂହପୁର ୮୪, ଯାଜପୁର ୧୧୩, ଝାରସୁଗୁଡ଼ା ୫୭, କଳାହାଣ୍ଡି ୭୬, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୭୦, କେନ୍ଦୁଝର ୫୧, କୋରାପୁଟ ୩୧, ମାଲକାନଗିରି ୫୭, ମୟୁରଭଞ୍ଜ ୧୨୨, ନବରଙ୍ଗପୁର ୬୦, ନୟାଗଡ଼ ୩୫, ନୂଆପଡ଼ା ୯୫, ପୁରୀ ୪୯, ରାୟଗଡା ୨୧, ସମ୍ବଲପୁର ୪୯, ସୋନପୁର ୪୪, ସୁନ୍ଦରଗଡ଼ ୧୮୬, ଷ୍ଟେଟ ପୁଲ ୭୪ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button