Breaking PLUSଓଡ଼ିଶାମୁଖ୍ୟ ଖବର

ଲଘୁଚାପ ପ୍ରଭାବରେ ଭିଜୁଛି ସାରା ଓଡିଶା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡିଶାରେ ଏବେ ବର୍ଷା ଜାରି ରହିଛି । ୧୭ ଜିଲ୍ଲାକୁ ଘଡଘଡି ସହ ବର୍ଷା, ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡିଶାରେ ଏବେ ବର୍ଷା ଜାରି ରହିଛି । ୧୭ ଜିଲ୍ଲାକୁ ଘଡଘଡି ସହ ବର୍ଷା, ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ ସହର ସମେତ କଟକ ଜିଲ୍ଲା, ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା, ରାୟଗଡା, ଯାଜପୁର, ସୁବର୍ଣ୍ଣପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଆଲର୍ଟ ତାଲିକାରେ ମୟୁରଭଂଜ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ, ଗଂଜାମ, ଗଜପତି, କୋରାପୁଟ ଓ ମାଲକାନଗିରି କୁ ମଧ୍ୟ ପାଣିପାଗ କେନ୍ଦ୍ର ଆଲର୍ଟ କରିଛି । ଏହି ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା, ବଜ୍ରପାତ ସମ୍ଭାବନା ରହିବା ସହ ସତର୍କ ରହିବାକୁ ପରାମର୍ଷ ଦିଆଯାଇଛି ।

Show More

Related Articles

Back to top button