Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ, ଗତ ୨୪ ଘଣ୍ଟା ମଧ୍ୟରେ ୨୪୨୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁ ଚିହ୍ନଟ ହୋଇଥିବା ବେଳେ ୧୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ରହିଥିବା ଜଣାପଡିଛି

ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁ ଚିହ୍ନଟ ହୋଇଥିବା ବେଳେ ୧୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ରହିଥିବା ଜଣାପଡିଛି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୨୭,୬୧୫ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫,୯୫୪ ଜଣ ଚିକିତ୍ସାଧୀନ ରହିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୨୯, ବାଲେଶ୍ୱର ୪୨, ବରଗଡ଼ ୯୯, ଭଦ୍ରକ ୬୭, ବଲାଙ୍ଗୀର ୯୩, ବୌଦ୍ଧ ୧୦, କଟକ ୧୧୮, ଦେବଗଡ଼ ୧୭, ଢେ଼ଙ୍କାନାଳ ୬୬, ଗଜପତି ୭, ଗଞ୍ଜାମ ୩୭, ଜଗତସିଂହପୁର ୮୪, ଯାଜପୁର ୯୭, ଝାରସୁଗୁଡ଼ା ୬୬, କଳାହାଣ୍ଡି ୫୭, କନ୍ଧମାଳ ୩୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୭୦, ଖୋର୍ଦ୍ଧା ୩୫୯, କୋରାପୁଟ ୨୪, ମାଲକାନଗିରି ୪୮, ମୟୂରଭଞ୍ଜ ୧୨୮, ନବରଙ୍ଗପୁର ୨୮, ନୟାଗଡ଼ ୪୦, ନୂଆପଡ଼ା ୬୩, ପୁରୀ ୭୩, ରାୟଗଡ଼ା ୧୦, ସମ୍ବଲପୁର ୬୦, ସୁବର୍ଣ୍ଣପୁର ୫୩, ସୁନ୍ଦରଗଡ଼ ୧୯୫ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button