Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ଦଳ, ଜାଣନ୍ତୁ କାହାକୁ ମିଳିଲା ଦଳୀୟ ଟିକେଟ୍

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି । ସମସ୍ତଙ୍କୁ ଚକିତ କରି ଏଥର ଟିକେଟ ହାସଲ କରିଛନ୍ତି ସ୍ୱରୂପ କୁମାର ଦାସ । ସେପଟେ ତିର୍ତ୍ତୋଲ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର ଦାସଙ୍କ ନାଁ ଘୋଷଣା କରାଯାଇଛି । ବରିଷ୍ଠ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ପୁଅଙ୍କୁ ଦଳ ଟିକେଟ ଦେଇଛି । ଆସନ୍ତା ନଭେମ୍ବର ୩ରେ ଏହି ୨ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଗତକାଲି ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ବିଜେଡି ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି ।

Show More

Related Articles

Back to top button