Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ, ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୯ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଗତ କିଛି ଦିନ ଧରି କରୋନା ସଂକ୍ରମଣ ପୂର୍ବପେକ୍ଷା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୭୦୯ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ସେଣ୍ଟରରୁ ୯୮୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୭୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଗତ କିଛି ଦିନ ଧରି କରୋନା ସଂକ୍ରମଣ ପୂର୍ବପେକ୍ଷା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୭୦୯ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ସେଣ୍ଟରରୁ ୯୮୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୭୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ ହଜାର ୮୨୫ କୁ ବୃଦ୍ଧି ପାଇଛି । ଏହାଛଡ଼ା ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ୧୪ ହଜାର ୬୯୨ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୨ଲକ୍ଷ ୭୫ହଜାର ୭୪୯ରେ ପହଞ୍ଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ଆଜି ଖୋର୍ଦ୍ଧାରୁ ୨୨୧ ଜଣ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ୧୧୫, ସୁନ୍ଦରଗଡ଼ ୧୦୭, ବରଗଡ଼ ୯୯, ନୂଆପଡ଼ା ୮୬, ଅନୁଗୁଳ ୭୯, କଳାହାଣ୍ଡି ୭୨, କେନ୍ଦୁଝର ୭୨, ଜଗତସିଂହପୁର ୬୮, ଢେଙ୍କାନାଳ ୬୪, ବାଲେଶ୍ୱର ୬୧, ପୁରୀ ୫୮, ବଲାଙ୍ଗୀର ୫୩, କେନ୍ଦ୍ରାପଡ଼ା ୫୦, ସମ୍ବଲପୁର ୪୩, ଯାଜପୁର ୪୧, ମାଲକାନଗିରି ୩୯, କୋରାପୁଟ ୩୮, ଷ୍ଟେଟପୁଲ୍  ୩୫,ନୟାଗଡ଼ ୨୯, ଝାରସୁଗୁଡ଼ା ୨୮, ନବରଙ୍ଗପୁର ୨୬, କନ୍ଧମାଳ ୨୦, ଗଞ୍ଜାମ ୧୯, ବୌଦ୍ଧ ୧୮, ରାୟଗଡ଼ା ୧୬, ଭଦ୍ରକ ୧୧, ସୁବର୍ଣ୍ଣପୁର ୭, ଗଜପତିରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button