Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ଆଉ ୧୩ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ଗଡାଇଛି ମହାମାରୀ କରୋନା

ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଲାଣି ମହାମାରୀ କରୋନା ସ୍ଥିତି । ଆଜି ବି ରାଜ୍ୟରେ ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଲାଣି ମହାମାରୀ କରୋନା ସ୍ଥିତି । ଆଜି ବି ରାଜ୍ୟରେ ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୧୩ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ପ୍ରାଣ ହରାଇଥିବାବେଳେ ପୁରୀ ଓ କେନ୍ଦ୍ରପଡ଼ାରୁ ୨ ଜଣ ଲେଖାଏଁ ରହିଛନ୍ତି । ବରଗଡ଼, ବଲାଙ୍ଗୀର,କଟକ ଓ ଗଜପତି,କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି ।

Show More

Related Articles

Back to top button